କନକ ବ୍ୟୁରୋ: ମାଓ ବିରୋଧୀ ଅଭିଯାନରେ ସଫଳତା ପରେ ବିଜୟ ଉତ୍ସବ। ଛତିଶଗଡ଼ କୋଣ୍ଟା, ଭେଜ୍ଜି ଅଞ୍ଚଳରେ ମାଓ ଅପରେସରେ ୧୦ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବଳ। ଏହାପରେ ଯବାନମାନେ ନାଚ, ଗୀତ କରି ବିଜୟ ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି । ସ୍ୱତନ୍ତ୍ର ଅପରେସନରେ ମାଓବାଦୀଙ୍କୁ ନିପାତ କରିଥିବା ବେଳେ ଘଟଣା ସ୍ଥଳରୁ ୩ଟି ଅଟୋମେଟିକ୍ ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ଯବାନ । ଡିଆରଜି ଟିମ୍ ପକ୍ଷରୁ ଚଢଉ କରି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଓଡ଼ିଶାକୁ ଅନୁପ୍ରବେଶ କରୁଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ମାଓବାଦୀମାନେ ଗତକାଲି ଦିନ ତଳେ ମାଲକାନଗିରି ସାବେରି ନଦୀ ପାର ହୋଇ ଓଡ଼ିଶାକୁ ଅନୁପ୍ରବେଶ ଉଦ୍ୟମ କରିଥିଲେ। ହେଲେ ଖବର ପାଇ କୁମ୍ବିଂ ଅପରେସନ୍ କରିଥିଲେ ଯବାନ।
ଖୁସିରେ ନାଚିଲେ ଯବାନ । ମାଓ ବିରୋଧୀ ଅଭିଯାନରେ ସଫଳତା ପରେ ବିଜୟ ଉତ୍ସବ।
Advertisment
Follow Us