କନକ ବ୍ୟୁରୋ : ଚନ୍ଦ୍ରଶେଖରପୁରର ପ୍ରଗତି ଏନକ୍ଲେଭ । ସମୟ ଦିନ ୨ଟା ବାଜି ୧୦ ମିନଟ । ପ୍ରତିମା ବେହେରା ଓ ତାଙ୍କ ଭାଇ ମୋଟର ସାଇକେଲ ଯୋଗେ ବ୍ୟାଙ୍କରୁ ଫେରୁଥିଲେ । ପ୍ଲଟ କାମ ଚାଲୁଥିବାରୁ ଫେଜ ୱାନ୍ ଏସବିଆଇ ବ୍ୟାଙ୍କରୁ ସାଢେ ୩ ଲକ୍ଷ ଟଙ୍କା ବ୍ୟାଗରେ ନେଇ ଆସୁଥିଲେ । ହଠାତ୍ କଳା ପଲସରରେ ପିଛା କରୁଥିଲେ ଲୁଟିଆ । ଦୀର୍ଘ ସମୟର ରେକି ପରେ, ପ୍ରଗତି ଏନକ୍ଲେଭ ସାମନାରେ ଭାଇ ଭାଇ ଭଉଣୀଙ୍କୁ ଘେରି ଯାଇଥିଲେ । କିଛି ବୁଝିବା ଆଗରୁ ପ୍ରତିମାଙ୍କ ଟଙ୍କା ଭର୍ତି ସ୍ଲିଙ୍ଗ ବ୍ୟାଗ୍ ଝାମ୍ପି ନେଲେ ଲୁଟେରା । ଆଉ ଆଖି ପିଛୁଳାକେ ଟଙ୍କା ବ୍ୟାଗ ଧରି ଛୁ ମାରିଲେ । କଳା ପଲସରରେ ଆସିବା ଆଉ ଲୁଟି ଫେରାର ହେବା ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି ।
ଅଭିଯୋଗକାରୀ ମାନେ ବ୍ୟାଙ୍କରୁ ଟଙ୍କା ଉଠାଣର ମାତ୍ର କେଇ ମିନିଟ ଭିତରେ ଲୁଟର ଶିକାର ହେଲେ । ଲୁଟେରା ମାନେ ଦୀର୍ଘ ସମୟ ଧରି ରେକି କରିବା ପରେ, ଏହି ଲୁଟରେ ସଫଳ ହୋଇ ଥାଇ ପାରନ୍ତି । କିନ୍ତୁ ଏହି ଘଟଣା ପରେ ବ୍ୟାଙ୍କ ଯାଉଥିବା ଗ୍ରାହକଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଦିନ ଦ୍ୱିପ୍ରହରରେ ରାଜଧାନୀ ଛାତିରୁ ଲୁଟ କରି ଲୁଟେରା ମାନେ କମିଶନରେଟ ପୁଲିସକୁ ଦେଇଛି ଖୋଲା ଚ୍ୟାଲେଞ୍ଜ । ଚନ୍ଦ୍ରଶେଖରପୁର ଭଳି ଏକ ବ୍ୟସ୍ତ ବହୁଳ ରାସ୍ତାରେ ଦୁର୍ବୁତ କେମିତି ଲୁଟପାଟ୍ କରି ଫେରାର ହୋଇଗଲେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଳା ପଲସର ଆତଙ୍କ ଖେଳାଇ ଥିବା ଲୁଟେରାଙ୍କୁ ପୁଲିସ କେବେ କାବୁ କରୁଛି ତା ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/EsRVNXvy9WAYPjAn4Qmt.jpg)