କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପରେ ଏବେ ଅନେକ ନାଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ରାଜ୍ୟସଭା ଉପାଧ୍ୟକ୍ଷ ତଥା ଜନତା ଦଳ- ୟୁ'ର ରାଜ୍ୟସଭା ସଦସ୍ୟ ହରିବଂଶ ନାରାୟଣ ସିଂହ । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ସେ ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରୁଛନ୍ତି । ଆଉଜଣେ ହେଲେ ନୀତିଶ କୁମାର । ଏବେ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଅଛନ୍ତି । ତାଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ଏନଡିଏର ପ୍ରମୁଖ ସହଯୋଗୀ ଭାବେ ତାଙ୍କ ନାଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି । ଆଉଜଣେ ହେଲେ ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସେ ପୂର୍ବରୁ ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଥିଲେ । ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନାଁ ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି । କେନ୍ଦ୍ରମନ୍ତ୍ରୀ ତଥା ଜେଡି-ୟୁ ନେତା ରାମନାଥ ଠାକୁର ବି ଚର୍ଚ୍ଚାରେ ଅଛନ୍ତି । ତେବେ ବଡ଼ କଥା ହେଲା ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବ ବୋଲି ପୂର୍ବରୁ କହିଛି ।
ନୂଆ ଉପରାଷ୍ଟ୍ରପତିଙ୍କୁ ନେଇ ଚର୍ଚ୍ଚା, ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ଅଛି ପଦବି
ଦେଶ ଦେଖିବ ନୂଆ ଉପରାଷ୍ଟ୍ରପତି । ସେପ୍ଟେମ୍ୱର ୯ରେ ନିର୍ବାଚନ । ଅଗଷ୍ଟ ୭ରୁ ୨୧ ପର୍ଯ୍ୟନ୍ତ ନାମାଙ୍କନ । ୨୫ ସୁଦ୍ଧା ପ୍ରତ୍ୟାହାର । ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ଅଛି ପଦବି । ସେପଟେ ରେସରେ ଅନେକ ନାଁକୁ ନେଇ ଚର୍ଚ୍ଚା ।
/kanak/media/media_files/2025/08/01/1-2025-08-01-20-09-20.jpg)