କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି ଏନ୍ଡିଏ । ଗତକାଲି ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ଆରମ୍ଭ କରିଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ରାଜନାଥ ସିଂ । ଉପରାଷ୍ଟ୍ରପତି ନିର୍ବାଚନ ନେଇ ସେ ସହଯୋଗ ଲୋଡ଼ିଛନ୍ତି । ହେଲେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଦଳର ବରିଷ୍ଠ ବିଜେଡି ନେତା ମହେଶ ସାହୁ କହିଥିଲେ କି ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ସମର୍ଥନ କରିବ ନାହିଁ । ଏବେ ରାଜନାଥ ସିଂ କଥା ହେବା ପରେ ଦଳ କ’ଣ ନିଷ୍ପତ୍ତି ନେବ ତା’ ଉପରେ ନଜର ରହିଛି । ଏହା ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ ସହ କଥା ହୋଇଛନ୍ତି ରାଜନାଥ ସିଂ।
ଉପ-ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥାହେଲେ ରାଜନାଥ ସିଂ
ପୂର୍ବରୁ ଦଳର ବରିଷ୍ଠ ବିଜେଡି ନେତା ମହେଶ ସାହୁ କହିଥିଲେ କି ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ସମର୍ଥନ କରିବ ନାହିଁ । ଏବେ ରାଜନାଥ ସିଂ କଥା ହେବା ପରେ ଦଳ କ’ଣ ନିଷ୍ପତ୍ତି ନେବ ତା’ ଉପରେ ନଜର ରହିଛି ।
/kanak/media/media_files/2025/08/18/rajnath-2025-08-18-14-33-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)