ସୁପ୍ରିମକୋର୍ଟଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ ;  ସିବିଆଇକୁ ବି ଛାଡିଲେନି ।

କେଜ୍ରିୱାଲଙ୍କୁ ଜାମିନ୍ ପ୍ରସଙ୍ଗରେ ସିବିଆଇକୁ ଭର୍ତ୍ସନା ନେଇ ସର୍ବୋଚ୍ଚ ନ୍ୟାୟାଳୟକୁ କଲେ ସମାଲୋଚନା । କହିଲେ, ସିବିଆଇ ଦେଶବାସୀଙ୍କ ସୁବିଧା ପାଇଁ କରୁଛି କାମ ।  ସୁପ୍ରିମକୋର୍ଟଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ

24))))))

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କୁ ଉପରାଷ୍ଟ୍ରପତି ଧନକଡ଼ଙ୍କ ପରାମର୍ଶ । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ସମୟରେ ସିବିଆଇକୁ ତାଗିଦ୍‌ କରି ‘ପଞ୍ଜୁରୀରେ ଥିବା ଶୁଆ’ ଭଳି ନହେବାକୁ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସୁପ୍ରିମକୋର୍ଟକୁ ସମାଲୋଚନା କରିଛନ୍ତି । ନିର୍ବାଚନ କମିସନ, ତଦନ୍ତକାରୀ ଅନୁଷ୍ଠାନ ଆଦି ଉପରେ ଏଭଳି ଟିପ୍ପଣୀ ଦେବା ପୂର୍ବରୁ ‘ଅତ୍ୟନ୍ତ ସଚେତନ’ ରହିବାକୁ ପରାମର୍ଶ ଦେଇଛନ୍ତି । ଆଜି ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଧନକଡ଼ କହିଛନ୍ତି, ଦେଶର ସମସ୍ତ ଅନୁଷ୍ଠାନର ଏକମାତ୍ର ସାଧାରଣ ଲକ୍ଷ୍ୟ ହେଉଛି ଦେଶର ସାଧାରଣ ଜନତା ସେମାନଙ୍କ ଅଧିକାର ପାଆନ୍ତୁ ଏବଂ ଦେଶ ବିକଶିତ ଓ ଉନ୍ନତ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe