କିଏ ହେବ ଉପରାଷ୍ଟ୍ରପତି? ଶଶି ଥରୁର କହିଲେ....

Advertisment

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶର ଉପରାଷ୍ଟ୍ରପତି ପଦ ଖାଲି ପଡ଼ିଛି । ଆଉ ଆସନ୍ତା ସେପ୍ଟେମ୍ବର ମାସରେ ଏଥିପାଇଁ ନିର୍ବାଚନ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ଆଉ ଏତିକି ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର କହିଛନ୍ତି, ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ?

shashi tharoor

shashi tharoor Photograph: (KANAK NEWS)

କନକ ବ୍ୟୁରୋ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶର ଉପରାଷ୍ଟ୍ରପତି ପଦ ଖାଲି ପଡ଼ିଛି । ଆଉ ଆସନ୍ତା ସେପ୍ଟେମ୍ବର ମାସରେ ଏଥିପାଇଁ ନିର୍ବାଚନ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ଆଉ ଏତିକି ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର କହିଛନ୍ତି, ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ?

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିବା ବେଳେ ଅତି ଚତୁର ଢଙ୍ଗରେ ଶଶି ଥରୁର କହିଛନ୍ତି, ଦେଶର ଆଗାମୀ ଉପରାଷ୍ଟ୍ରପତି ସିଏ ହେବ, ଯିଏ ଶାସକ ଦଳ ଦ୍ୱାରା ମନୋନୀତ ହେବ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏତିକି ଜାଣିଛୁ ଉପରାଷ୍ଟ୍ରପତି ଶାସକ ଦଳରୁ ହିଁ ହେବେ । ତେବେ ସରକାର ଏ ନେଇ ବିରୋଧୀ ଦଳର ମଧ୍ୟ ପରାମର୍ଶ ନେବ ।

ଶଶି ଥରୁରଙ୍କ କହିବା କଥା ଉପରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ସଦନର ସଦସ୍ୟ ଭୋଟ୍ ଦେଇଥାନ୍ତି । ତେଣୁ ଏଥିରେ କିଏ ବହୁମତ ପାଇବ, ତାହା ଜଣାପଡ଼ିଯାଏ । ଜାଣିରଖିବା ଉଚିତ ଯେ, ଆସନ୍ତା ଅଗଷ୍ଟ ୭ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନୋଟିଫିକେସନ୍ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେବ । ଅଗଷ୍ଟ ୨୧ ତାରିଖ ଭିତରେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ଦାଖଲ କରିବେ । ଆଉ ବିଜୟୀ ପ୍ରାର୍ଥୀଙ୍କ ନାମ ସେପ୍ଟେମ୍ବର ୯ ତାରିଖରେ ହିଁ ଘୋଷଣା କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe