କନକ ବ୍ୟୁରୋ: ଭାରତର ସମ୍ବିଧାନକୁ ପୂର୍ବରୁ ବଦଳାଯାଇଛି । ଜରୁରୀକାଳୀନ ପରିସ୍ଥିତି ସମୟରେ ଏଥିରେ କିଛି ଶବ୍ଦ ମିଶାଯାଇଛି । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା, ଯାହାକୁ ଅପରିବର୍ତ୍ତନୀୟ ବୋଲି ବିବେଚନା କରାଯାଏ, ୧୯୭୬ରେ ଜରୁରୀକାଳୀନ ସ୍ଥିତି ସମୟରେ ସଂଶୋଧିତ ହୋଇଥିଲା । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ସେ ଉଲ୍ଲେଖ କରିଛନ୍ତି ଯେ "ସମାଜବାଦୀ", "ଧର୍ମନିରପେକ୍ଷ" ଏବଂ "ଅଖଣ୍ଡତା" ଶବ୍ଦଗୁଡ଼ିକ ଯୋଡ଼ା ଯାଇଥିଲା, ଯାହା ବିଶ୍ୱରେ ଅନ୍ୟ କୌଣସି ସମ୍ବିଧାନରେ ହୋଇନଥିଲା। ଧନଖଡ଼ ଜରୁରୀକାଳୀନ ସମୟକୁ ସମ୍ବିଧାନର ବ୍ୟବସ୍ଥା ଉଲ୍ଲଂଘନ ହୋଇଥିବା ଅନ୍ଧକାର ଯୁଗ ବୋଲି ସମାଲୋଚନା କରି ଏହାକୁ ଗଣତନ୍ତ୍ର ଉପରେ "ସିଧାସଳଖ" ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି ।