କନକ ବ୍ୟୁରୋ : ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ଥିବା ଜଗଦୀପ ଧନଖଡ଼ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି । ଚିକିତ୍ସାକୁ ପ୍ରାଥମିକତା ଓ ଡାକ୍ତରଙ୍କ ପରାମର୍ଶ ପାଳନ କରି ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଲେଖିଛନ୍ତି । ଏହାସହ ସହଯୋଗ ଓ ସୁସମ୍ପର୍କ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସହଯୋଗ ପାଇଁ ସେ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି ।
୨୦୨୨ ସେ ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ୨୦୨୨ ଅଗଷ୍ଟ ୬ ରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀମେଣ୍ଟର ପ୍ରାର୍ଥୀ ମାଗରିଟ ଅଲ୍ୱାଙ୍କୁ ପରାଜିତ କରିଥିଲେ । ମୋଟ ୭୨୫ ଭୋଟରୁ ଧନଖଡ଼ଙ୍କୁ ୫୨୮ ଟି ଭୋଟ ମିଳିଥିଲା ଓ ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/21/51-2025-07-21-21-47-48.jpg)