କନକ ବ୍ୟୁରୋ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପୁଣିଥରେ ଭାରତୀୟ ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ ଶାସନ ବ୍ୟବସ୍ଥାର ଢାଞ୍ଚା ଭିତରେ ନ୍ୟାୟପାଳିକାର ଭୂମିକା ଓ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ସାମ୍ବିଧାନିକ ବ୍ୟବସ୍ଥାରେ ସଂସଦ ସବୁଠାରୁ ଉପରେ । ଆଉ ସାଂସଦଙ୍କ ପାଖରେ ଅଧିକାର ରହିଛି କି, ସମ୍ବିଧାନ କିଭଳି ହେବ, ସେମାନଙ୍କ ନିଷ୍ପତ୍ତି ଉପରେ କେହି ବି ପ୍ରଶ୍ନ ଉଠାଇପାରିବେ ନାହିଁ । 

Advertisment

ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ, ଦେଶରେ ସଂସଦ ହେଉଛି ସବୁଠାରୁ ବଡ଼ ସଂସ୍ଥା ଓ ନିର୍ବାଚିତ ସାଂସଦ ହିଁ ନିଷ୍ପତ୍ତି ନେବେ ସମ୍ବିଧାନର ରୂପରେଖ କିଭଳି ହେବ । ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ସୁପ୍ରିମକୋର୍ଟ ତରଫରୁ କୁହାଯାଇଥିଲା କି, ସମ୍ବିଧାନର ପ୍ରସ୍ତାବନା ଉପରେ ନ୍ୟାୟାଳୟର କୌଣସି ଭୂମିକା ନାହିଁ । 

କେବଳ ସେତିକି ନୁହେଁ ଉପରାଷ୍ଟ୍ରପତି କହିଛନ୍ତି କି, ଲୋକତନ୍ତ୍ରରେ ଆଲୋଚନା ଓ ଖୋଲା ଚର୍ଚ୍ଚାର ଆବଶ୍ୟକତା ରହିଛି । ଯଦି ବିଚାର କରୁଥିବା ଲୋକ ଚୁପ୍ ରହିବେ ତେବେ ତାହା ଲୋକତନ୍ତ୍ର ପ୍ରତି ବିପଦ । ସାମ୍ବିଧାନିକ ପଦରେ ବସିଥିବା ଲୋକଙ୍କୁ ସବୁବେଳେ ସମ୍ବିଧାନ ଆଧାରରେ ବୟାନ ଦେବା ଦରକାର ।