ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଉପ-ରାଷ୍ଟ୍ରପତି ; ଭକ୍ତମାନଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ , ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ।

EFW

Photograph: (KANAKNEWS)

କନକ ବ୍ୟୁରୋ : ପୁରୀ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ , ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । କେନ୍ଦ୍ରମନ୍ତ୍ରୀମାନେ ଆସିବେ ପୁରୀକୁ , ବର୍ତ୍ତମାନ ସୁଦ୍ଧା ୧୦ରୁ ୧୨ଜଣଙ୍କ ତାଲିକା ଆସିଛି ।  

ରଥଯାତ୍ରା ପାଇଁ ପୁରୀକୁ କୋଣ ଅନୁକୋଣରୁ ଭକ୍ତ ଆସିବେ, ଦର୍ଶନ କରିବେ । ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍‌ ଆସିବ । ୨୮ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି । ୧୧ଟି କ୍ରେନ ମୃତ୍ୟୟନ ହୋଇଛି । ୨୦୦ଅଟୋ ମାଗଣା ସେବା ଦେବେ । ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଘରୋଇ ବସ ଚଢା ଦର କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ବସରେ ଲାଗିଛି ଦରର ଲିଷ୍ଟ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe