କନକ ବ୍ୟୁରୋ : ପୁରୀ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ , ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । କେନ୍ଦ୍ରମନ୍ତ୍ରୀମାନେ ଆସିବେ ପୁରୀକୁ , ବର୍ତ୍ତମାନ ସୁଦ୍ଧା ୧୦ରୁ ୧୨ଜଣଙ୍କ ତାଲିକା ଆସିଛି ।
ରଥଯାତ୍ରା ପାଇଁ ପୁରୀକୁ କୋଣ ଅନୁକୋଣରୁ ଭକ୍ତ ଆସିବେ, ଦର୍ଶନ କରିବେ । ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍ ଆସିବ । ୨୮ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି । ୧୧ଟି କ୍ରେନ ମୃତ୍ୟୟନ ହୋଇଛି । ୨୦୦ଅଟୋ ମାଗଣା ସେବା ଦେବେ । ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଘରୋଇ ବସ ଚଢା ଦର କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ବସରେ ଲାଗିଛି ଦରର ଲିଷ୍ଟ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/26/efw-2025-06-26-13-40-31.jpg)