କୁଳପତି ସାଇବର ଠକେଇର ଶିକାର : ସାଇବର ଅପରାଧୀ ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ

Advertisment

ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା ।

ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା ।

professer

Photograph: (kanakNews)

କନକବ୍ୟୁରୋ : ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା। ଜଣେ ଦୁବୃର୍ତ୍ତ କୁଳପତିଙ୍କୁ ଗତ ଚାରି ଦିନ ହେଲା ଫୋନ କରି ଡିଜିଟାଲ ଆରେଷ୍ଟରେ ଫସାଇଥିଲା  ଦୁବୃର୍ତ୍ତ ଜଣକ ନିଜକୁ ଇଡି ଅଫିସର ବୋଲି କୁଳପତିଙ୍କୁ ପରିଚୟ ଦେଇଥିଲେ ।

ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ ରହିଥିବା ନେଇ କୁଳପତିଙ୍କୁ କହିଥିଲେ ଦୁବୃର୍ତ୍ତ ।ଏଭଳି ତଥ୍ୟ ଦୁବୃର୍ତ୍ତ ଦେବା ପରେ ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି କୁଳପତିଙ୍କୁ କୁହାଯାଇଥିଲା  । 

ଡିଜିଟାଲ ଆରେଷ୍ଟ ଭୟରେ କୁଳପତି ନିଜର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ । କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ ଦୁବୃର୍ତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ ।  ଡିଜିଟାଲ ଆରେଷ୍ଟର ଶୀକାର ନେଇ କୁଳପତି ବ୍ରହ୍ମପୁର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଠକେଇର ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe