ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ପୀଠ, ଆସୁଛନ୍ତି ମା’

Advertisment

ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ପୀଠ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହିତ ମା’ଙ୍କ ଦୁର୍ଗୋତ୍ସବ ପାଇଁ ରଥ ନିର୍ମାଣ ଚାଲିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । 

ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ପୀଠ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହିତ ମା’ଙ୍କ ଦୁର୍ଗୋତ୍ସବ ପାଇଁ ରଥ ନିର୍ମାଣ ଚାଲିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । 

20Biraja Temple

କନକ ବ୍ୟୁରୋ: ମା’ ବିରଜାଙ୍କ ପୀଠରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଅମାବାସ୍ୟା ପ୍ରତିପଦ ଠାରୁ ରଥଟଣା ଆରମ୍ଭ ହେବ। ମା’ଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ପୀଠ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହିତ ମା’ଙ୍କ ଦୁର୍ଗୋତ୍ସବ ପାଇଁ ରଥ ନିର୍ମାଣ ଚାଲିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ମହାଳୟା ଅମାବାସ୍ୟା ପ୍ରତିପଦ ଠାରୁ ଆରମ୍ଭ ହେବ  ରଥଟଣା । ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ୯ ଦିନ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା କରିବ । ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମା’ । ଏଭଳି ବିରଳ ପରମ୍ପରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି ।

ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରେ ନବାଙ୍କ ପୂଜା କରାଯାଇ ସାରଣୀ ଲେଖି ଷୋଡ଼ଶ ଉପଚାର ଲାଗି ନିୟୋଜିତ ସେବାୟତଙ୍କୁ ବରଣୀ କରାଯାଇଥାଏ । ପିତୃପକ୍ଷ ଚାଲି ଥିବାରୁ ନାଭିଗୟାରେ ପିଣ୍ଡଦାନ ପାଇଁ ବର୍ତ୍ତମାନ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଅମାବାସ୍ୟା ପ୍ରତିପଦଠାରୁ ରଥଟଣା ଆରମ୍ଭ ହେବାକୁ ଥିବା ବେଳେ ମାଆ ବିରଜାଙ୍କ ରଥଯାତ୍ରା ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe