କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ବେଳେ ଏହି ସରକାରୀ ବାବୁ ପାଇଖାନା ଫ୍ଲସରେ ବିଡା ବିଡା ଟଙ୍କା ଲୁଚାଇଦେଇଥିଲେ । ଖାଲି ସେତିକି ନୁହେଁ, ଆଠଗଡ଼ରେ ୫ ଏକର ଜମିରେ ସରକାରୀ ବାବୁଙ୍କ ଫାର୍ମ ହାଉସ ବି ରହିଛି। କୌଣସି ରିସର୍ଟଠାରୁ କମ୍ ନଥିଲା ବାବୁଙ୍କ ଫାର୍ମ ହାଉସ।

  • ଭିଜିଲାନ୍ସକୁ ଦେଖି ଡରିଲେ ବାବୁ
  • ପାଇଖାନାରେ ଲୁଚାଇଲେ ବିଡା ବିଡା ଟଙ୍କା

ଢେଙ୍କାନାଳ ଫରେଷ୍ଟ ରେଞ୍ଜ ଅଫିସର ବିଭୁଦାନନ୍ଦ ମିଶ୍ର । ଭିଜିଲାନ୍ସ ଟିମ୍ ଏହି ଅଧିକାରୀଙ୍କ ଘରେ ଯେତେବେଳେ ଚଢାଉ କରିଥିଲା ସେ ଘରେ ରଖିଥିବା ଟଙ୍କାକୁ ପାଇଖାନା ଫ୍ଲସରେ ଲୁଚାଇଦେଇଥିଲେ , ଯାହାକୁ ଖୋଜି ବାହାର କରିଥିଲା ଭିଜିଲାନ୍ସ । ଖାଲି ଏତିକି ନୁହେଁ,  ବିଭୁଦାନନ୍ଦଙ୍କ ଅମାପ ସମ୍ପତ୍ତିକୁ ବି ଠାବ କରିଛି ଭିଜିଲାନ୍ସ । ଢେଙ୍କାନାଳ ଘର ସମେତ ୮ଟି ସ୍ଥାନରେ ରେଡ୍ କଲାବେଳେ ସବୁ ସମ୍ପତ୍ତି ଠାବ ହୋଇଛି । ତେବେ ବିଭୁଦାନନ୍ଦଙ୍କ ଫାର୍ମ ହାଉସକୁ ଦେଖିଲେ ଆପଣଙ୍କ ଆଖି ବି ଲାଖିଯିବ । ଏହି ଫାର୍ମହାଉସରେ ରହିଛି  ପାର୍କ, ଦେଶୀ, ବିଦେଶୀ କୁକୁଡା ଫାର୍ମ, ଉଦ୍ୟାନ । ୮ଟି ସ୍ଥାନରେ ଚଢାଉ ବେଳେ ଭିଜିଲାନ୍ସ ବିଭୁଦନନ୍ଦଙ୍କ ପୁଳା ପୁଳା ସମ୍ପତ୍ତି ଠାବ କରିଛି ।

  • ଢେଙ୍କାନାଳରେ ବହୁତଳ ପ୍ରସାଦ  ଓ ଭୁବନେଶ୍ୱରରେ ବହୁମୂଲ୍ୟ ଫ୍ଲାଟ
  • ହାଇଦ୍ରାବାଦରେ ୨ଟି ଫ୍ଲାଟ
  • ଭୁବନେଶ୍ୱର ଓ ଢେଙ୍କାନାଳରେ ୮ଟି ପ୍ଲଟ
  • ଆଠଗଡରେ ୫ ଏକରର ଫାର୍ମ ହାଉସ
  • ୪ ଲକ୍ଷ ୧୩ ହଜାର ନଗଦ ଟଙ୍କା, ୩ ଶହ ଗ୍ରାମର ସୁନା
  • ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା
  • ୨ଟି ୪ ଚକିଆ ଓ ୬ଟି ଦୁଇ ଚକିଆ ଯାନ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଏହି ଚଢାଉ କରିଥିଲା । ଏବେ ବି ଚଢାଉ ଜାରି ରହିଥିବାରୁ ସମ୍ପତି ପରିମାଣ ବଢିବା ଅନୁମାନ କରାଯାଉଛି ।