ଆରପାରିରେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ; ନିରବୀଗଲା ସୁରିଲା ସ୍ବର

Advertisment

ଆଉନାହାନ୍ତି ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ।  ଆଜି ସନ୍ଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନଷ୍ଟ୍ରୋକର ଶିକାର ହୋଇ ଗତ ୧୩ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସନ୍ଧ୍ୟାରେ ପୁଣି ଥରେ ଷ୍ଟ୍ରୋକ ହେବାରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି ।

ଆଉନାହାନ୍ତି ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ।  ଆଜି ସନ୍ଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନଷ୍ଟ୍ରୋକର ଶିକାର ହୋଇ ଗତ ୧୩ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସନ୍ଧ୍ୟାରେ ପୁଣି ଥରେ ଷ୍ଟ୍ରୋକ ହେବାରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି ।

Gita Patnaik

କନକ ବ୍ୟୁରୋ: ଆଉନାହାନ୍ତି ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ।  ଆଜି ସନ୍ଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନଷ୍ଟ୍ରୋକର ଶିକାର ହୋଇ ଗତ ୧୩ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସନ୍ଧ୍ୟାରେ ପୁଣି ଥରେ ଷ୍ଟ୍ରୋକ ହେବାରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି । 

ତାଙ୍କ ଅସୁସ୍ଥତାର ଖବର ସଙ୍ଗୀତ ଏବଂ ଅଭିନୟ ଜଗତରେ ବିଜୁଳି ବେଗରେ ବ୍ୟାପୀଯିବା ପରେ ସମସ୍ତ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ହେଲେ ଆଜି ପୁଣିଥରେ ତାଙ୍କୁ ଆଉ ଏକ ଷ୍ଟ୍ରୋକ କାଳ ହୋଇଥିଲା , ଫଳରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । 

ଅଧିକ ପଢ଼ନ୍ତୁ : ବାଂଲାଦେଶର ନୂଆ ସରକାରଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନରେ ସାମିଲ ହେବେ ବାଚସ୍ପତି ଓମ୍ ବିର୍ଲା

୧୯୭୦ରୁ ଓଡ଼ିଆ ସଙ୍ଗୀତ ଜଗତରେ ଶୁଣିବାକୁ ମିଳିଥିଲା ଗୀତା ପଟ୍ଟନାୟକଙ୍କ ସୁଲଳିତ ସ୍ବର । ସୋଲୋ , ଡୁଏଟରେ ତାଙ୍କର କଣ୍ଠ ସମସ୍ତଙ୍କ ମନକୁ ଛୁଏଁ । ବିଶେଷ କରି ଖୋକାଭାଇ ତଥା ଅକ୍ଷୟ ମହାନ୍ତିଙ୍କ ସହ ତାଙ୍କର ଡୁଏଟ ଭାରି ଲୋକପ୍ରିୟ । ଅନେକ ଗୀତ ଭିତରୁ ସୋଲୋରେ ’ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ’ ବାହା ମୁଁ ହେବି’, ’ମୋ ଦେହର’, ଏବଂ ଡୁଏଟରେ ’ଏ ଦୁନିଆରେ କେହି ନା କେହି’..,ଯୌତୁକ ନେବା’, ’ନାଗରରେ ମୋର’, ’ତୋ ବଇଁଶୀ’ ବେଶ୍ ଲୋକପ୍ରିୟତା ସାଉଁଟିଥିଲା। ଆଜି ତାଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି ନିଶ୍ଚୟ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe