କନକ ବ୍ୟୁରୋ: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପରଲୋକ । ଦୀର୍ଘ ଦିନ ହେବ ଅସୁସ୍ଥ ଥିବାରୁ ସେ ଚିକିତ୍ସିତ ହେଉଥିଲେ । ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ସେ ତିନି ଥର କାମାକ୍ଷାନଗରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଓଡ଼ିଶାରୁ ପ୍ରଥମ ବିଜେପି ବିଧାୟକ ଭାବେ ବିଜୟୀ ହୋଇଥିଲେ । ତାଙ୍କ ସମୟରେ କାମାକ୍ଷାନଗରରେ ଶିକ୍ଷା କ୍ଷେତ୍ରରେ ବହୁ ଉନ୍ନତି ହୋଇଥିଲା । ୧୯୭୭ରୁ ୮୦ ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ହୋଇଥିଲେ । ୮୫ରୁ ୯୦ ପର୍ଯ୍ୟନ୍ତ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରସନ୍ନ କୁମାର ପଟ୍ଟନାୟକ । ଏହାପରେ ୯୦ରୁ ୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ହୋଇଥିଲେ । କାମାକ୍ଷାନଗର ମହିଳା ମହାବିଦ୍ୟାଳୟ, ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ, ଭୂବନ ମହିଳା ମହାବିଦ୍ୟାଳୟ ପ୍ରମୁଖ ୧୫ରୁ ଅଧିକ ଶିକ୍ଷା ଅନୁଷ୍ଠାନର ତାଙ୍କ ଚେଷ୍ଟାରେ ନିର୍ମିତ ହୋଇଥିଲା ।
ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ, ରାଜ୍ୟର ପ୍ରଥମ ବିଜେପି ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ
କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଘରୋଇ ମେଡିକାଲରେ ଦେହାନ୍ତ । ଓଡ଼ିଶାର ପ୍ରଥମ ବିଜେପି ବିଧାୟକ, ପ୍ରସନ୍ନଙ୍କ ପ୍ରଚେଷ୍ଟାରେ କାମାକ୍ଷାନଗରରେ ଗଢ଼ିଉଠିଛି ୧୫ରୁ ଅଧିକ ଶିକ୍ଷାନୁଷ୍ଠାନ ।
/kanak/media/media_files/2025/05/30/WRyO30he8gBZruVwkfmN.jpg)