ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଫିଲ୍ମ ସୁଟିଂ ବେଳେ ଅସୁସ୍ଥ ହୋଇପଡିଥିଲେ ଉତ୍ତମ ।

ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ।

ଏୟାରଲିଫ୍ଟ ହେଲେ ଉତ୍ତମ

ଏୟାରଲିଫ୍ଟ ହେଲେ ଉତ୍ତମ Photograph: (kanaknews)

କନକ ବ୍ୟୁରୋ : ଅସୁସ୍ଥ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ କରାଯାଇଛି । ଭେଣ୍ଟିଲେଟର ଭିତରେ ଚିକିତ୍ସିତ ହେଉଥିବା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ଏୟାରଲିଫ୍ଟ ହୋଇଛନ୍ତି । ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡର ଭିତରେ ସିଧାସଳଖ ଭୁବନେଶ୍ୱର ଏୟାରପୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।

ଏୟାରଲିଫ୍ଟ କରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଏଥିପାଇଁ ଗ୍ରୀନ କରିଡର କରାଯାଇଥିଲା । ଚାରି ଦିନ ହେବ ଦେହ ଖରାପ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିନେମାର ସୁଟିଂ ପାଇଁ ବାହାରକୁ ଯାଇଥିବାବେଳେ ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା ।

ପରେ ଚିକିତ୍ସା ପାଇଁ ସେ ଭୁବନେଶ୍ବର ଚାଲି ଆସିଥିଲେ। ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ଲିଭର କାମ କରୁନଥିଲା ଡାକ୍ତର କହିଛନ୍ତି । ଏଥିପାଇଁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ସେପଟେ ଅଧିକ ଚିକିତ୍ସା ପାଇଁ ଉତ୍ତମ ମହାନ୍ତିଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe