କନକ ବ୍ୟୁରୋ : ଅସୁସ୍ଥ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ କରାଯାଇଛି । ଭେଣ୍ଟିଲେଟର ଭିତରେ ଚିକିତ୍ସିତ ହେଉଥିବା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ଏୟାରଲିଫ୍ଟ ହୋଇଛନ୍ତି । ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡର ଭିତରେ ସିଧାସଳଖ ଭୁବନେଶ୍ୱର ଏୟାରପୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।
ଏୟାରଲିଫ୍ଟ କରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଏଥିପାଇଁ ଗ୍ରୀନ କରିଡର କରାଯାଇଥିଲା । ଚାରି ଦିନ ହେବ ଦେହ ଖରାପ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିନେମାର ସୁଟିଂ ପାଇଁ ବାହାରକୁ ଯାଇଥିବାବେଳେ ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା ।
ପରେ ଚିକିତ୍ସା ପାଇଁ ସେ ଭୁବନେଶ୍ବର ଚାଲି ଆସିଥିଲେ। ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ଲିଭର କାମ କରୁନଥିଲା ଡାକ୍ତର କହିଛନ୍ତି । ଏଥିପାଇଁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ସେପଟେ ଅଧିକ ଚିକିତ୍ସା ପାଇଁ ଉତ୍ତମ ମହାନ୍ତିଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/09/sLLpUK6NQxKNfF6Pl9wW.jpg)