ଦୀପାବଳିରେ ବଲିଉଡ୍‌ରେ ଦୁଃଖ : ଆଖି ବୁଜିଲେ ଅଭିନେତା ଗୋବର୍ଦ୍ଧନ ଅସରାନି

ସୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକାରେ ଖ୍ୟାତି ଅର୍ଜନ କରିଥିବା ହାସ୍ୟ ଅଭିନେତା ୩୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଜ ଅଭିନୟର ଜାଦୁ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ଏହି ହାସ୍ୟ ଅଭିନେତା

Asrani-Priyadarshan

Asrani-Priyadarshan Photograph: (Kanak News)

କନକ ବ୍ୟୁରୋ: ୮୪ ବର୍ଷରେ ଆଖି ବୁଜିଲେ ବଲିଉଡର ପ୍ରଖ୍ୟାତ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି । ସୋମବାର ଅପରାହ୍ନରେ ଏହି ଲୋକପ୍ରିୟ ଅଭିନେତା ଜଣଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

ସୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକାରେ ଖ୍ୟାତି ଅର୍ଜନ କରିଥିବା ହାସ୍ୟ ଅଭିନେତା ୩୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଜ ଅଭିନୟର ଜାଦୁ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ଏହି ହାସ୍ୟ ଅଭିନେତା । ଆଜି ତାଙ୍କ ଅବର୍ତ୍ତମାନରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଖବର ଅପଡେଟ୍‌ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe