କନକବ୍ୟୁରୋ : ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି ।  ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କର ଆଜି ମସ୍ତିଷ୍କଘାତ କାରଣରୁ ହଠାତ୍ ଆଜି ଆକସ୍ମିକ ପରଲୋକ ଘଟିଛି  । ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ  ।   ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’(୧୯୯୪)ରେ ବାପା ଭୁମିକରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ  ।

Advertisment