କନକ ବ୍ୟୁରୋ: ଆଜି ଶୁଣାଣି ସମୟରେ ରଣବୀର ଆହ୍ଲାବାଦିଆଙ୍କ ଉପରେ ବର୍ଷିଲେ  ସୁପ୍ରିମକୋର୍ଟ।  ଗୋଟେପଟେ ଗିରଫଦାରୀରୁ ସୁରକ୍ଷା ଦେବା ସହ 'ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍' ଶୋ ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ ଅଦାଲତ। ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବା ସହ ଦେଶ ଛାଡ଼ି ନଯିବାକୁ ଦେଲେ ନିର୍ଦ୍ଦେଶ।  ତେବେ ଏହି ମାମଲାର ଶୁଣାଣି ସମୟରେ ରଣବୀର ଆହ୍ଲାବାଦିଆ ପିତା, ମାତାଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରବଳ ବର୍ଷିଛନ୍ତି ଜଷ୍ଟିସ୍ ସୂର୍ୟ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ବେଞ୍ଚ । ଅଭିଭାବକମାନଙ୍କ ପ୍ରତି ଏଭଳି ବିକୃତ ମାନସିକତା ରହିଥିବା ଲୋକଙ୍କ କଥା ଆମେ କାହିଁକି ଶୁଣିବୁ ବୋଲି କଡ଼ା ସ୍ବରରେ ପ୍ରଶ୍ନ କରିଛନ୍ତି କୋର୍ଟ । 

Advertisment

କମେଡିଆନ ସମୟ ରାଇନାଙ୍କ ସୋ 'ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍'ରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ  ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଦାୟର କରାଯାଇଥିଲା ଏକାଧିକ ମାମଲା । ଏସବୁ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ୟୁଟ୍ୟୁବର ତଥା ପୋଡ଼କାଷ୍ଟର ରଣବୀର ଆହ୍ଲାବାଦିଆ, ଯାହା ଉପରେ ଆଜି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଶୁଣାଣି କରାଯାଇଛି। 


ଅହ୍ଲାବାଦିଆଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ : 

-ପିତା,ମାତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟକୁ ରଣବୀର ଆହ୍ଲାବାଦିଆଙ୍କୁ କୋର୍ଟଙ୍କ ସମାଲୋଚନା
-ଏଭଳି ଲୋକଙ୍କ ବିକୃତ ମାନସିକତା ସମଗ୍ର ସମାଜକୁ କରିଛି ଲଜ୍ଜିତ
-ଲୋକପ୍ରିୟ ହେବାର ଅର୍ଥ ନୁହେଁ ଆପଣ କିଛି ବି ମନ୍ତବ୍ୟ ଦେଇପାରିବେ
-ଏଭଳି ବିବୃତ୍ତି ସମାଜ ପାଇଁ ଅଶ୍ଳୀଳତା ନୁହେଁ ତ ଆଉ କ’ଣ?
-ଏଭଳି ମନ୍ତବ୍ୟ ସମାଜର ସବୁ ବାପା, ମା'ଙ୍କ ମନରେ ଆଘାତ ପହଞ୍ଚାଇଛି
-ତୁମର ଭାଷା ଅପମାନଜନକ ଏବଂ ଆପତ୍ତିଜନକ ଥିଲା
-ତୁମେ ଯାହା କହିବ, ସମାଜ ସେସବୁକୁ କିପରି ଗ୍ରହଣ କରୁଛି ଦେଖିବା ଉଚିତ୍ 
-କଳାକାର ମାନେ ନିଜର ମତ, ମନ୍ତବ୍ୟ ଉପରେ ରଖନ୍ତୁ ଶାଳୀନତା
-ଲୋକପ୍ରିୟତା ଅଛି ବୋଲି, ଯାହା ଚାହିଁବ ତାହା କହିପାରିବ ନାହିଁ

ଯେବେଠୁ ରଣବୀର ଏଭଳି ବୟାନ ଦେଇଛନ୍ତି ସେବେଠୁ ବିବାଦ  ତାଙ୍କ ପଛ ଛାଡୁନି ।ଲୋକଙ୍କ ମନ ଖୁସି କରିବା ଆଳରେ ଏଭଳି ଟିପ୍ପଣୀ କେତେଦୂର ଠିକ ଏନେଇ ଆରମ୍ଭ ହୋଇଛି ତର୍କ। ତେବେ ନଜର ପକାଇବା କ’ଣ ଥିଲା ପୂରା ଘଟଣା 

-ରାତାରାତି ଫେମସ ହେବାର ନିଶା ସୀମା ପାର୍ କଲେ ୟୁଟ୍ୟୁବର୍ 
-ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ 
-ଯାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ 
-ବିବାଦ ଉଗ୍ର ହେବା ସହ ଏବେ ଘଟଣାକୁ ସବୁଠି ସମାଲୋଚନା
- ସହ ନେଇଛନ୍ତି ଦେଶର ସଂସଦୀୟ ଷ୍ଟାଣ୍ଡିଂ କମିଟି 
-ୟୁଟ୍ୟୁବର ରଣବୀର ଆଲ୍ହାବାଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି 
-ଏକ ରିଆଲିଟି ସୋରେ ବିବାଦୀୟ କମେଣ୍ଟ କରି ଆକ୍ରୋଶର ଶିକାର ହୋଇଛନ୍ତି ରଣବୀର 
-ରଣବୀରଙ୍କ ନାଁରେ ପୁଲିସରେ ଏକ ମାମଲା ରୁଜୁ ହେବା ସହ ମୁମ୍ବାଇ ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି 
 -ସେପଟେ ସଂସଦରେ ମଧ୍ୟ ଉଠିଛି ୟୁ୍ଟ୍ୟୁବରଙ୍କ ମନ୍ତବ୍ୟ ପ୍ରସଂଗ 
-ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଂଗ ଉଠିବା ସହ ଖୁବଶୀଘ୍ର ୟୁଟ୍ୟୁବର ରଣବୀରଙ୍କୁ ସମନ
-ମୁମ୍ବାଇ ପୁଲିସ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା ଜଣାପଡିଛି 
-ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ 
-ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋ’ରେ ରଣବୀର ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ