ବୁୁଲି ବୁଲି ବିକୁଛନ୍ତି ନିଶା ; ବର୍ବାଦ ହେଉଛି ନାବାଳକଙ୍କ ଜୀବନ, ପ୍ରଶାସନ ନୀରବ

ପିପିଲି ଅଞ୍ଚଳରେ ଖୁଲମ୍‌ଖୁଲା ମିଳୁଛି ନିଶା ଦ୍ରବ୍ୟ । ବାଇକ୍, ସାଇକେଲ୍‌ରେ ବୁଲି ବୁଲି ଦେଶୀ ମଦ ସହ ଭାଙ୍ଗ, ଗଞ୍ଜେଇ ହେଉଛି ବିକ୍ରି । ନିଶା କବଳରେ ନାବାଳକ ।ଚେଇଁ ଶୋଇଛି ପ୍ରଶାସନ ।

25nisha

କନକ ବ୍ୟୁରୋ: ବାଇକରେ ବିକ୍ରି ହେଉଛି ଗଞ୍ଜେଇ, ଭାଙ୍ଗ, ଦେଶୀ ମଦ । ଗାଁରେ ପୋଲିସର ଭୟ ନଥିବାରୁ ବାଇକ, ସାଇକେଲରେ ଏହି ନିଶାଦ୍ରବ୍ୟ ବିକୁଛନ୍ତି ବେପାରୀ। ଆଉ ତାହା ବି ପୁଣି ଦିନଦ୍ୱିପହରେ  । ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

ଫେରିବାଲା ଭଳି ବାଇକରେ ଛକ, ଗଳି କନ୍ଦିରେ ବୁଲି ବୁଲି ବିନା ଭୟରେ ବିକ୍ରି କରୁଛନ୍ତି ଦେଶୀ ମଦ । ଗାଁରେ ଥିବା ଛୋଟ ଛୋଟ ଦେକାନରେ ମିଳୁଛି ଗଞ୍ଜେଇ ଭାଙ୍ଗ । ସେହିଭଳି ମେଡିକାଲ ସାମ୍ନାରେ ଥିବା ପାନ ଦୋକାନରେ ମିଳୁଛି ଆସ୍କା ୪୦। ମୃଦୁ ପାନୀୟ ଭଳି ଖୁଲମଖୁଲ୍ଲା ଆସ୍କା ୪୦ ବିକ୍ରି ହେଉଛି ।  କଣାସ ଓ ଡେଲାଙ୍ଗରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । 

ସେହିଭଳି ସତ୍ୟବାଦୀରୁ ଆସିଛି ନିଶା କାରବାରର ସାଂଘାତିକ ଚିତ୍ର। ଛୋଟ ଛୋଟ ଛୁଆ ଟାଣୁଛନ୍ତି ଗଞ୍ଜେଇ, ଗାଁ ଗାଁରେ କରୁଛନ୍ତି ନିଶାଦ୍ରବ୍ୟ ବେପାର। ଗୋଟିଏ ପଟେ ସବୁ ଜାଣି ମଧ୍ୟ ପ୍ରଶାସନ ଚୁପ ବସିଥିବା ବେଳେ ଅନ୍ୟପଟେ ପିପିଲିରେ ଦେଶୀ ଚୋରା ମଦ କାରବାର ଆଡ୍ଡାସ୍ଥଳୀକୁ ଭାଙ୍ଗି ଚୁରମାର କରିଛନ୍ତି ସ୍ଥାନୀୟ ମହିଳା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe