ଆଥଲେଟିକ ଟ୍ରାକରେ ଚାଲିଲା ଗାଡି; ବିଜେପି ନେତାଙ୍କୁ ପିଟିଲେ ମହିଳା କର୍ମୀ

Advertisment

ରାଉରକେଲା ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍‌ରେ ବୁଲିଲା ବାଇକ୍ । ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଟ୍ରାକ୍‌ରେ ଗାଡ଼ି ଚଲାଇଲେ ଯୁବ ବିଜେପି ନେତା । ପଡ଼ିଆ ମଝିରେ ପିଟିଲେ ମହିଳା କର୍ମୀ । 

ରାଉରକେଲା ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍‌ରେ ବୁଲିଲା ବାଇକ୍ । ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଟ୍ରାକ୍‌ରେ ଗାଡ଼ି ଚଲାଇଲେ ଯୁବ ବିଜେପି ନେତା । ପଡ଼ିଆ ମଝିରେ ପିଟିଲେ ମହିଳା କର୍ମୀ । 

15-ରାଉରକେଲା

କନକ ବ୍ୟୁରୋ: ପୁଣି ଆଥଲେଟିକ ଟ୍ରାକରେ ଚାଲିଲା ଗାଡି । ରାଉରକେଲାରେ ବିଜେପିର ଜଣେ ଯୁବ ନେତାଙ୍କ ଦାଦାଗିରି । ଫୁଟବଲ୍ ପଡ଼ିଆରେ ଯୁବ ନେତାଙ୍କୁ ମାଡ଼ ମାରିଲେ ମହିଳା କର୍ମୀ । ରାଉରକେଲାରେ ବିର୍ସାମୁଣ୍ଡା ଆଥ୍‌ଲେଟିକ୍ ଷ୍ଟାଡିୟମ୍‌ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ସ୍ମୃତିରେ ପ୍ରଥମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ଜଣେ ଯୁବ ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ପ୍ରବେଶ ପଥରେ ସୁରକ୍ଷା କର୍ମୀଙ୍କୁ ଧକ୍କା ଦେଇ ଷ୍ଟାଡିୟମ୍ ଭିତରକୁ ବାଇକ୍ ଧରି ପଶିଥିଲେ ଜଣେ ବିଜେପି ନେତା । ବାଇକ୍‌କୁ ଆଥଲେଟିକ ଟ୍ରାକରେ ଧରି ବୁଲିବା ପରେ ଷ୍ଟାଡିୟମ୍‌ର କିଛି ଯୁବକର୍ମୀ ଓ ମହିଳା ନେତ୍ରୀ ବିରୋଧ କରିଥିଲେ । ଏହାକୁ ନେଇ ଷ୍ଟାଡିୟମ୍ ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe