କନକ ବ୍ୟୁରୋ: ବାତ୍ୟା ପାଇଁ ପରିବା ଦର ଏବେ ଆକାଶ ଛୁଆଁ । ପନିପରିବାଠାରୁ ଆରମ୍ଭ କରି ଆଳୁ ଓ ପିଆଜ ଦର ବାତ୍ୟା ପାଇଁ ପ୍ରଭାବିତ ହୋଇଛି । ଶନିବାର ଆଳୁ ଶହେ ଟଙ୍କାରେ ୩ କେଜି ମିଳୁଥିଲା । ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ୩୦ ଟଙ୍କାରେ କିଣୁଥିଲେ ।
କିନ୍ତୁ ଏବେ ବାତ୍ୟା ଆସୁଛି ବୋଲି ପ୍ରଚାରିତ ହେବା ପରେ ଆଳୁ ହାପ୍ ସେଂଚରୁ ମାରିଛି । ଆଳୁ ୫୦ ଓ ପିଆଜ ବି ୭୦ ହେଲାଣି । ୨୪ ତାରିଖ ବେଳକୁ ଏହା ଆହୁରି ବଢିବା ଆଶଙ୍କା ରହିଛି । ଖାଲି ଆଳୁ ପିଆଜ ନୁହେଁ  ବାଇଗଣ୭୦ରୁ ୯୦, ପୋଟଳ ୬୦ରୁ ୧୦୦, ଜହ୍ନି-୬୦ରୁ ୧୦୦, ଝୁଡଙ୍ଗ-୭୦, ଭେଣ୍ଡି ୮୦, କଖାରୁ ଟାମାଟୋ-୮୦ ଟଙ୍କାରେ ବିକ୍ରି ହେଉଛି । 
 
 
କାର୍ତ୍ତିକ ମାସ ଯୋଗୁଁ ସବୁ ପନିପରିବାର ଦର ବଢିଛି । ଆଉ ଏବେ ବାତ୍ୟା ଆସିବା ଯୋଗୁଁ  ବେପାରୀଙ୍କୁ ମୌକା ମିଳିଯାଇଛି । ଅସ୍ତରଙ୍ଗରେ ଚଢାଉ ବି ହୋଇଛି । ବାତ୍ୟା ପ୍ରଭାବରେ  ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଯେଭଳି ବଢୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଦର ବୃଦ୍ଧି କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ବେପାରୀ ମାନୁନାହାନ୍ତି । 
ଆଜି ବି ମନ୍ତ୍ରୀ କହିଛନ୍ତି ଲୋକଙ୍କୁ ହଇରାଣ କଲେ କାର୍ୟ୍ୟାନୁଷ୍ଠାନ ହେବ । ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଚୁର ପରିମାଣରେ ମହଜୁଦ ଅଛି । ପରିବା ଦର ଯେଭଳି ଭାବେ ବଢିଚାଲିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ,ଗୁରବାର ଓ ଶୁକ୍ରବାର ବେଳେ ପରିବା ଦର ଆହୁରି ବଢିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/10/22/OSxF7JSTswTp7FxjzPHy.png)