କନକ ବ୍ୟୁରୋ :  ଧର୍ମମାସ ଭାବେ ପରିଚିତ କାର୍ତ୍ତିକ ମାସରେ ଏବେ ପରିବା ଦର ଆକାଶଛୁଆଁ । ଲୋକେ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ‌ବେଳେ ପନିପରିବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆଳୁ ଓ ପିଆଜକୁ ଛାଡିଦେଲେ କଞ୍ଚା ପରିବା ଦର ଅତିକମରେ ୫୦ ଟଙ୍କା ରହିଛି । ବିନ୍ସ ଦର ୧୦୦ ଉପରେ। ଦେଶୀ ପୋଟଳ ଦର ୮୦ । ବାଲେଶ୍ବର ବିମ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ ବିଲାତି  ୪୦, ବାଇଗଣ ୬୦, ପୋଟୋଳ ୬୦, ଜହ୍ନି ୬୦,  କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ ଦର ହୋଇଛି । ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ଦର ପ୍ରାୟ ଦର ସମାନ ରହିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି। ପରିବା ଦରକୁ ଦେଖି ପୂର୍ବରୁ କିଲେ କିଣୁଥିବା ଗ୍ରାହକ ଏବେ ଅଧାକିଲୋ କଣିବା ପାଇଁ ୪ଥର ଚିନ୍ତା କରୁଛି । ପରିବା ଦର ଲୋକଙ୍କ ମାସିକିଆ ବଜେଟ ଉପରେ ଭାରି ପଡୁଥିବା ବେଳେ ପ୍ରତିଦିନ କ’ଣ ତରକାରୀ କରାଯିବ ଏହାକୁ ନେଇ ଚିନ୍ତାରେ ପଡୁଛନ୍ତି ଗୃହିଣୀ। 

Advertisment