କନକ ବ୍ୟୁରୋ : ପରିବା ଦରରେ ନିଆଁ ଲାଗିଛି । ପ୍ରତିଟି ପନିପରିବା ଏବେ ୧୦୦ ଟଙ୍କା ଉପରେ । କାର୍ତ୍ତିକ ମାସ ଓ ପଞ୍ଚକ ପାଇଁ ଆକାଶ ଛୁଆଁ ହୋଇଛି ପରିବା ଦର । ପିଲା ଦିନୁ ଦେଖିଆସିଛୁ, ଶୀତ ଦିନ ଆସିଲେ ପରିବା ଦର ଶସ୍ତା ହୋଇଥାଏ । ଘରକୁ ବାପା ପୁଳା ପୁଳା ପରିବା ଆଣନ୍ତି । ଟଙ୍କା ୧୦୦ରେ ବଡ ବଡ ବ୍ୟାଗ୍ ଭର୍ତ୍ତି କରି ପରିବା ଘରକୁ ଆଣନ୍ତି । କିନ୍ତୁ ବର୍ତ୍ତମାନ ସେ ଯୁଗ ଆଉ ନାହିଁ । ବର୍ତ୍ତମାନ ପରିବା ମାର୍କେଟକୁ ୧୦୦୦ଟଙ୍କା ନେଇ ଗଲେ ବି ଛୋଟିଆ ବ୍ୟାଗଟି ପୂରା ହୋଇପାରୁନି । ଯେହେତୁ ପ୍ରାୟ ସବୁ ପରିବାର ଦର ପାଖାପାଖି ୧୦୦ ଟଙ୍କା ଏବଂ କିଛି ପରିବାର ଦର ୧୦୦ଟଙ୍କା ଉପରେ ରହିଛି । ଲୋକେ ୧କିଲୋ ବଦଳରେ ୨୫୦ଗ୍ରାମ କିମ୍ବା ଅଧ କେଜି ନେଇକି ଘରକୁ ଯାଉଛନ୍ତି । 

Advertisment

ଯଦି ଆମେ ଭୁବନେଶ୍ୱର ଏକ ନମ୍ବର ମାର୍କେଟ୍ କଥା କହିବା ତେବେ ବଜାରରେ କାଙ୍କଡ ୧୦୦ରୁ ୧୨୦ଟଙ୍କା, ବାଇଗଣ ୬୦, ଦେଶୀ ପୋଟଳ ୬୦-୮୦, ବିନ୍ସ ୮୦, ଫୁଲ କୋବି ଗୋଟା ୬୦, ବିଲାତି ୪୦, କ୍ୟାପସିକମ୍ ୬୦ଟଙ୍କା ରହିଛି । ପରିବା ଦର ବଢିବା କାରଣରୁ ସାଧାରଣ ଖାଉଟିଙ୍କ ଉପରେ ବଡ ପ୍ରଭାବ ପଡିଛି