କନକ ବ୍ୟୁରୋ: ନିଆଁ ଲାଗିଗଲା
ପେଟ ପୋଡ଼ିଗଲା
ବେଉସା ମରିଗଲା
ରୋଜଗାର ବୁଡ଼ିଗଲା
ବିଳମ୍ବିତ ରାତିର ନିଆଁ ୫୦ ପରିବାର ପେଟ ପୋଡ଼ି ଦେଇଛି । ଅନେକଙ୍କୁ ଅସହାୟ କରିଦେଇଛି । ଆଳୁ ପିଆଜ ପୋଡି ଅଙ୍ଗାର ହୋଇଯାଇଛି । ପାରାଦୀପ ବଡ଼ପଡିଆ ମୂଖ୍ୟ ପରିବା ମାର୍କେଟରେ ଭୟାଭୟ ଅଗ୍ନିକାଣ୍ଡରେ ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା, କମ୍ପୁଟର କଣ୍ଟା ଓ ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ଦମକଳ ନିଆଁକୁ ଆୟତ କରିବା ବେଳକୁ ପରିବା ଦୋକାନୀଙ୍କ ସ୍ୱପ୍ନ ପାଉଁଶ ହୋଇସାରିଥିଲା ।
ଅଧିକ ପଢ଼ନ୍ତୁ : ଚାକିରି ନମିଳିବାରୁ ଆତ୍ମାହୁତି ଉଦ୍ୟମ, ଯୁବତୀଙ୍କୁ ଉଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ପାରାଦୀପ ବଣିକ ସଂଘର ମୁଖ୍ୟ ପରିବା ବ୍ୟବସାୟ କେନ୍ଦ୍ର। ଏହି ଦୋକାନ ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି ଅନେକ ପରିବାର। ପରିବା ଦୋକାନୀ ଓ ଦୋକନରେ କାମ କରୁଥିବା ବ୍ୟକ୍ତିଙ୍କ ପରିବାର ଚଳେ ଏଇଠୁ। ତେବେ ଶନିବାର ରାତିର ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଶାଧୂପ କିମ୍ବା ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ପାରାଦୀପ ବନ୍ଦର ପକ୍ଷରୁ ଅସ୍ଥାୟୀ ପିଣ୍ଡି ଯୋଗାଇ ଦିଆଯାଇଛି। ବ୍ୟବସାୟୀମାନେ ବାଉଁଶ ଓ ଜରିପାଲ ପକାଇ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି। ତେବେ ପୂର୍ବରୁ ମଧ୍ୟ ଅଗ୍ନିକାଣ୍ଡରେ ୪ଟି ଦୋକାନ ପୋଡ଼ି ଯାଇଥିଲା। ବାରମ୍ବାର ଅଘଟଣ ଯୋଗୁଁ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/fire-2026-02-22-18-33-57.jpg)