ଲଗାଣ ବର୍ଷାରେ ଉଜୁଡ଼ିଲା ପରିବା ଚାଷ । ପଚିଗଲାଣି ଏକର ଏକର ଫସଲ

Advertisment

ଲଗାଣ ବର୍ଷାରେ ଉଜୁଡିଲା ପରିବା ଚାଷ । ଚିନ୍ତାରେ ବାଲେଶ୍ଵର ସୋର ବ୍ଲକ୍ ଖୁଣ୍ଟା ଅଞ୍ଚଳର ଚାଷୀ । ଜିଲ୍ଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ ।

ଲଗାଣ ବର୍ଷାରେ ଉଜୁଡିଲା ପରିବା ଚାଷ । ଚିନ୍ତାରେ ବାଲେଶ୍ଵର ସୋର ବ୍ଲକ୍ ଖୁଣ୍ଟା ଅଞ୍ଚଳର ଚାଷୀ । ଜିଲ୍ଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ ।

22222

କନକ ବ୍ୟୁରୋ : ଲଗାଣ ବର୍ଷାରେ ଉଜୁଡିଲା ପରିବା ଚାଷ । ଚିନ୍ତାରେ ବାଲେଶ୍ଵର ସୋର ବ୍ଲକ୍ ଖୁଣ୍ଟା ଅଞ୍ଚଳର ଚାଷୀ । ଜିଲ୍ଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଧାନ ଚାଷ ସହତ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିନ୍ତି ଚାଷୀ । ମାତ୍ର ଗତ କିଛି ଦିନ ଧରି ଅଦିନିଆ ବର୍ଷା ଲାଗି ରହିବା ଫଳରେ ଜମିରେ ବର୍ଷା ପାଣି ଜମି ରହିଛି । ପନିପରିବା ଗଛ ପଚିଯାଇ ନଷ୍ଟ ହେବାକୁ ବସିଲାଣି । ପୋଟଳ, କଲରା, ପୋଇ, ଭେଣ୍ଡି, କାକୁଡି ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ପରିଵା ଚାଷ କରିଥିବା ଚାଷୀ କୂଳ ହତାଶ ହୋଇପଡିଛନ୍ତି । 

କିଛି ଦିନ ଧରି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଲାଗିରହିଛି । ଫଳରେ ଗଛ ପଚିଯିବାକୁ  ବସିଲାଣି । କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଚାଷୀ ପରିବାର । ପରିସ୍ଥିତି ଏଭଳି ହୋଇଛି ଚାଷୀମାନେ ମଞ୍ଜି,ସାର ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଫେରି ପାଇବେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe