ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜନ୍ମ ଜୟନ୍ତୀ । ସମ୍ବାଦ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ

Advertisment

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ  ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୬ ତମ ଜନ୍ମ ଜୟନ୍ତୀ । ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମଜୟନ୍ତୀ ଅବସରରେ ସମ୍ୱଲପୁର ଫୋର ସି ଗ୍ରାଉଣ୍ଡରେ ସମ୍ୱାଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି  ।

Updated On

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ  ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୬ ତମ ଜନ୍ମ ଜୟନ୍ତୀ । ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମଜୟନ୍ତୀ ଅବସରରେ ସମ୍ୱଲପୁର ଫୋର ସି ଗ୍ରାଉଣ୍ଡରେ ସମ୍ୱାଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି  ।

ଅଦ୍ୟତନ ହୋଇଛି
sambad

sambad Photograph: (KanakNews )

କନକବ୍ୟୁରୋ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ  ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୬ ତମ ଜନ୍ମ ଜୟନ୍ତୀ । ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମଜୟନ୍ତୀ ଅବସରରେ ସମ୍ୱଲପୁର ଫୋର ସି ଗ୍ରାଉଣ୍ଡରେ ସମ୍ୱାଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି  ।

ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ରାଲି କରାଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା  । ସେହିପରି ସମ୍ୱଲପୁର ଜେଲ ଛକରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବା କାର୍ଯ୍ୟକ୍ରମ କରାଯାଇଛି ।  
---
ପ୍ରତିଟି ଓଡ଼ିଆଙ୍କ ଗର୍ବ ବିଶିଷ୍ଟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ
ତାଙ୍କ ବିରତ୍ୱର ଗାଥା ସ୍ୱାଧିନତା ସଂଗ୍ରାମରେ ନିଶ୍ଚିତ ଭାବେ ବିରଳ ଘଟଣା
୧୮୦୯ ଜାନୁଆରି ୨୩ରେ ଜନ୍ମ ଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ 
ସମ୍ୱଲପୁର ନିକଟ ଖିଣ୍ଡା ଗାଁ ସୁରେନ୍ଦ୍ର ସାଏଙ୍କ ପୈତୃକ ଗାଁ 
ଚୌହାନ ବଂଶର ସମ୍ୱଲପୁର ମହାରାଜ ମଧୁକର ସାଏଙ୍କ ବଂଶଧର 
ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ 
୧୮୨୭ ମସିହାରୁ ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ ସୁରେନ୍ଦ୍ର ସାଏ
ଦୁର୍ଗମ ଜଙ୍ଗଲ ଓ ପାହାଡରେ ଗରିଲା ଯୁଦ୍ଧ କରି ଇଂରେଜଙ୍କୁ ନାକେଦମ କରିଥିଲେ
୧୮୫୭ ମସିହା ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ କୁହାଯାଏ 
ଏହାର ୩୦ ବର୍ଷ ପୂର୍ବରୁ ସୁରେନ୍ଦ୍ର ସାଏ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ 

୧୮୨୭ରୁ ୧୮୪୦ ମଧ୍ୟରେ ଇଂରେଜ ବିରୋଧରେ ସଶସ୍ତ୍ର ଲଢେଇ କରିଥିଲେ 
୧୮୪୦ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରି ହଜାରୀବାଗ ଜେଲ ପଠାଗଲା  
୧୮୫୭ ସିପାହୀ ବିଦ୍ରୋହ ସମୟରେ ହଜାରୀବାଗ ଜେଲ ଖୋଲିଦେଇଥିଲେ ସିପାହୀ 
ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ଜେଲରୁ ବାହାରି ସମ୍ୱଲପୁର ଆସିଥିଲେ 
ଦୀର୍ଘ ୧୭ ବର୍ଷ ଜେଲରେ ରହିବା ସତ୍ତ୍ବେ ସୁରେନ୍ଦ୍ରଙ୍କ ମନୋବଳ ଭାଙ୍ଗିନଥିଲା
ସମ୍ୱଲପୁରର ଆଦିବାସୀ, ଜମିଦାର, ଗୌନ୍ତିଆଙ୍କୁ ନେଇ ସଶସ୍ତ୍ର ବାହିନୀ ଗଠନ କରିଥିଲେ 

୧୮୫୭ ଅକ୍ଟୋବର ୭ରେ ୧୫୦୦ ସଶସ୍ତ୍ର ବାହିନୀ ସହ ସମ୍ୱଲପୁର ମାର୍ଚ୍ଚ କରିଥିଲେ 
ସମ୍ୱଲପୁର ରାଜବାଟୀକୁ କବଜା କରିଥିଲେ ସୁରେନ୍ଦ୍ର ସାଏ 
ଅସହାୟ ସମ୍ୱଲପୁର ଡେପୁଟି କମିଶନର ସହାୟତା ପାଇଁ ଚିଠି ଲେଖିଥିଲେ 
ଇଂରେଜ ସୈନ୍ୟ ଆସିବା ପରେ ଜଙ୍ଗଲରେ ଆତ୍ମଗୋପନ କରି ଗରିଲା ଯୁଦ୍ଧ ଲଢିଥିଲେ 

୧୮୫୭ରୁ ୧୮୬୨ ଯାଏଁ ଗରିଲ୍ଲା ଯୁଦ୍ଧ ଜାରି ରଖିଥିଲେ ସୁରେନ୍ଦ୍ର ସାଏ 
୧୮୬୪ରେ ଜଣେ ଗୁଇନ୍ଦାର ବିଶ୍ୱାସଘାତକତା ଯୋଗୁଁ ଧରାପଡିଥିଲେ 
ଗିରଫ ପରେ ମଧ୍ୟପ୍ରଦେଶର ଅସିରଗଡକିଲା ଜେଲକୁ ପଠାଯାଇଥିଲା 
ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ ୨୦ ବର୍ଷ ଜେଲରେ ରହିଲେ ବୀର ସୁରେନ୍ଦ୍ର ସାଏ
୧୮୮୪ ଫେବୃଆରି ୨୮ରେ ଜେଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe