କନକ ବ୍ୟୁରୋ : ବୈଦିକର  ଭିସମୁନ-୨୦୨୫ ଷଷ୍ଠ ସଂସ୍କରଣ ଉଦଯାପିତ । ବୈଦିକ ଇଣ୍ଟରନେସନାଲ ସ୍କୁଲ, ପାଵପାଲି, ଶାସନରେ ଭିସମୁନ-୨୦୨୫  (ବୈଦିକ ଇଣ୍ଟରନେସନାଲ ସ୍କୁଲ ମୋଡେଲ ୟୁନାଇଟେଟ ନେସନ ୨୦୨୫)ର  ଷଷ୍ଠ  ସଂସ୍କରଣର ଉଦଯାପନୀ ସମାରୋହ ସମ୍ବଲପୁର ୟୁନିଭରସିଟି ସ୍ଥିତ ଭିଏସଏସ ଅଡିଟୋରିୟମରେ ଅତି ଆଡମ୍ବରର ସହିତ ଉଦଯାପିତ ହୋଇଯାଇଛି । ଏହି ସମାରୋହରେ ସମ୍ବଲପୁର ସ୍ଥିତ ଇଣ୍ଡିଆନ ବ୍ୟାଙ୍କର ଜୋନାଲ ପରିଚାଳକ ଶ୍ରୀ ଇଶ ପ୍ରକାଶ ଶୁକ୍ଲା ସମ୍ମାନିତ ଅତିଥି ଭାବରେ  ଯୋଗ ଦେଇ ବର୍ତମାନ ଓ ଆଧୁନିକ ସମାଜ ପାଇଁ ଏ ପ୍ରକାର କାର୍ଯ୍ୟକ୍ରମ କିପରି ଭାବରେ ମହତ୍ୱ ରଖୁଛି ତା ବିଷୟରେ ଆଲୋକପାତ କରିଥିଲେ ।

Advertisment

ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ଆନନ୍ଦ ଅଗ୍ରୱାଲ ଆଜି ଦିନରେ ଭାରତ କିପରି ବିଶ୍ଵଗୁରୁ ରୂପେ ଉଭା ହୋଇ ସମଗ୍ର ଜନଜାତିକୁ ଏକ ନୂତନ ଜ୍ଞାନର ସମ୍ଭାର ଓ ନୂତନ ଦିଗ ଦେଖାଉଛି ସେ ବିଷୟରେ ଅଭିଭାଷଣ ରଖିଥିଲେ । ଛାତ୍ରଛାତ୍ରୀ ମାନେ ଏକ ବିଶ୍ୱ ଏକ ନୀତି ଏକ ଶାସନ ଉପରେ ବିଭିନ୍ନ ପ୍ରକାର ନାଚଗୀତ ପରିବେଷଣ କରିଥିଲେ ଏବଂ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରକାଶ ଥାଉ କି ଏ କାର୍ଯ୍ୟକ୍ରମରେ ଓଡ଼ିଶା ସମତେ ଛତିଶଗଡ,ଝାଡ଼ଖଣ୍ଡ,ବିହାର ଓ ୱେଷ୍ଟ ବେଙ୍ଗଲ ରାଜ୍ୟର ୪୦ ରୁ ଅଧିକ ସ୍କୁଲରୁ ୧୨୦୦ ରୁ ଅଧିକ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା  ହୋଇଥିବା ଏ ପ୍ରକାର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷ୍ୟକଗଣଙ୍କ ସହ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଧର୍ମରାଜନ,ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋନେନ ଈଶ୍ୱରୀ ଉପସ୍ଥିତ ରହି ଖୁସିବ୍ୟକ୍ତ କରିଥିଲେ ।