new bill Photograph: (kanak news)
କନକ ବ୍ୟୁରୋ: ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ଭିତରେ ଲୋକସଭାରେ ଗୃହୀତ ହେଲା ଭିବି-ଜି ରାମ-ଜି ବିଲ୍ । ଜୋରଦାର ହୋହଲ୍ଲା ଓ ହଙ୍ଗାମା ଭିତରେ ଏହି ବିଲ୍ ପାସ୍ ହୋଇଛି। ଗତକାଲି ଓ ଆଜି ଏହାକୁ ନେଇ ସଂସଦରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ବିଲର କପି ଚିରି ବିରୋଧୀ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ମନରେଗା ନାଁ ବଦଳାଇ ନୂଆ ଯୋଜନା ଭିବି-ଜି ରାମ-ଜି ଆଣିବାକୁ ସରକାରଙ୍କ ଉଦ୍ୟମକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଏନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।
ତେବେ ବିରୋଧୀ ମନରେଗା ନାମ ପରିବର୍ତ୍ତନକୁ ଆଦୌ ଗ୍ରହଣ କରୁ ନାହାନ୍ତି। ଯୋଜନା ସହ ମହାତ୍ମା ଗାନ୍ଧୀଙ୍କ ନାମ ଜଡ଼ିତ ଥିଲା। ହେଲେ ସେମାନେ ଗାନ୍ଧୀଙ୍କ ନାଁ ହଟାଇବାକୁ ଚାହୁଛନ୍ତି। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ବଡ଼ ଅପମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଲୋକସଭା ଉତ୍ତର ରଖିଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଭିବି ଜି ରାମ ଜି ବିଲ୍ ପାସ୍ ପରେ ଲୋକସଭା ଦିନକ ପାଇଁ ମୁଲତବି ରହିଛି।
ଆହୁରି ପଢ଼ନ୍ତୁ : ସମ୍ପର୍କରେ ଲାଗିଲା ରକ୍ତଛିଟା; ଶାଶୂକୁ ହତ୍ୟା କଲା ବୋହୂ
ଲୋକସଭାରେ 'ଭିବି-ଜି ରାମ-ଜି' ବିଲ୍ ଗୃହୀତ
- ହୋହଲ୍ଲା ଭିତରେ ଗୃହୀତ ହେଲା 'ଭିବି-ଜି ରାମ-ଜି' ବିଲ୍
- ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଙ୍ଗାମା
- ବିଲ୍ କପି ଚିରି ଫଙ୍ଗିଲେ ବିରୋଧୀ
- ଦିନକ ପାଇଁ ଲୋକସଭା ମୁଲତବୀ
- ୨୦ ବର୍ଷ ପୁରୁଣା ମନରେଗା ଯୋଜନାର ନାମ ପରିବର୍ତ୍ତନ
- ମନରେଗା ପରିବର୍ତ୍ତେ 'ଭିବି-ଜି ରାମ-ଜି' ବିଲ୍
- ମନରେଗା ନାମ ପରିବର୍ତ୍ତନକୁ ବିରୋଧୀଙ୍କ ବିରୋଧ
- 'ଭିବି-ଜି ରାମ-ଜି' ବିଲ୍ରେ ପରିବର୍ତ୍ତନ କରିଛନ୍ତି ସରକାର
- ରୋଜଗାର ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି
- ପୂର୍ବରୁ କେନ୍ଦ୍ର ସରକାର ମନରେଗା ଖର୍ଚ୍ଚ ବହନ କରୁଥିଲେ
- ଏବେ ରାଜ୍ୟଗୁଡ଼ିକୁ ବି ୧୦ରୁ ୪୦ ପ୍ରତିଶତ ଖର୍ଚ୍ଚ ଦେବାକୁ ପଡ଼ିବ
Follow Us