କନକବ୍ୟୁରୋ : ବିଶୁଦ୍ଧ ପାଣି ପାଇଁ ସରକାରଙ୍କ ମାଳମାଳ ଯୋଜନା  ।   ହେଲେ ଆଜି ବି ଅନେକ ଗାଁ ଏ ସୁବିଧାରୁ ବଞ୍ଚିତ ।  କେଉଁଠି ପାଣି ପାଇଁ ଲୋକ ଚୁଆ ଖୋଳୁଛନ୍ତି ତ’ ଆଉ କେଉଁଠି ନଈର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି  ।  କାହା ହାତରେ ବାଲଟି ତ କାହା ମୁଣ୍ଡରେ ଗରା   ।   ସମସ୍ତେ ଚାଲିଛନ୍ତି ।  ନାଳ ଡେଇଁ ନଈକୁ ଗଲେ ପରିବାର ଶୋଷ ମେଣ୍ଟିବ     ।    ଖରା ବର୍ଷା ସବୁ ସମୟରେ ପିଇବା  ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ପଞ୍ଚାୟତ ମାୟାମୁଣ୍ଡା ଗ୍ରାମବାସୀ   ।  

Advertisment

ମୁନ୍ଦାଏ ପାଣି ପାଇଁ ଘର ଠାରୁ ୧ କିଲୋମିଟର ଦୂରରେ ଥିବା ଲାନ୍ତ ନଦୀକୁ ଯାଉଛନ୍ତି ଝିଅ ବୋହୂ  ।  ମାୟାମୁଣ୍ଡା ଗାଁରେ ୭ଟି ନଳକୂପ ଅଛି । ସେଥିରୁ ଫ୍ଲୋରାଇଡ୍‌ ମିଶା ପାଣି ବାହାରୁଛି  ।   ତେଣୁ ଅଞ୍ଚଳବାସୀ ତାକୁ କେବଳ ଶୌଚ ପାଇଁ ବ୍ୟବହାର କରୁଛନ୍ତି  ।  ଆଉ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲାନ୍ତ ନଦୀର ଗୋଳିଆ ପାଣି ଭରସା। ପାନୀୟ ଜଳାଭାବ ନେଇ ନେତାଙ୍କ ଠାରୁ ଆରମ୍ଭ କରି ଅଧିକାରୀ ସମସ୍ତଙ୍କୁ ଜଣାଇବା ପରେ ବି କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଇଁତଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହୁଛନ୍ତି, ତଦନ୍ତ କରି ଶୀଘ୍ର ପଦକ୍ଷେପ ନିଆଯିବ ।  ସେପଟେ ତୁରନ୍ତ ପାଣି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।