ପାଣି ଅଛି ହେଲେ ମେଣ୍ଟୁନି ଶୋଷ; ବାଟବଣା ବସୁଧା ଯୋଜନା

ବାଟବଣା ବସୁଧା ଯୋଜନା  । ପାଣି ଟାଙ୍କି ଥାଇ ବି ମେଣ୍ଟୁନି ଶୋଷ । ନିଆଳି ଗୋବିନ୍ଦରାମପାଟଣାରୁ ଆସିଲା ବସୁଧା ଯୋଜନାର ବିକଳ ଚିତ୍ର ।

17bata

କନକ ବ୍ୟୁରୋ:  ନିଆଳିରେ ଫେଲ୍‌ ମାରିଛି ବସୁଧା ଯୋଜନା । ଗୋବିନ୍ଦରାମପାଟଣା ଅଞ୍ଚଳରେ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି ପାଣି ଟାଙ୍କି । ଷ୍ଟାଣ୍ଡପୋଷ୍ଟରୁ ବାହାରୁଛି ହଳଦିଆ ପାଣି । ଯାହାକୁ ପିଇବା ପରେ ରୋଗରେ ପଡୁଛନ୍ତି ଲୋକେ । ଓଭର ହେଡ ଟାଙ୍କି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏହା ଲୋକଙ୍କ କାମରେ ଆସୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe