କନକ ବ୍ୟୁରୋ: ନିଆଳିରେ ଫେଲ୍ ମାରିଛି ବସୁଧା ଯୋଜନା । ଗୋବିନ୍ଦରାମପାଟଣା ଅଞ୍ଚଳରେ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି ପାଣି ଟାଙ୍କି । ଷ୍ଟାଣ୍ଡପୋଷ୍ଟରୁ ବାହାରୁଛି ହଳଦିଆ ପାଣି । ଯାହାକୁ ପିଇବା ପରେ ରୋଗରେ ପଡୁଛନ୍ତି ଲୋକେ । ଓଭର ହେଡ ଟାଙ୍କି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏହା ଲୋକଙ୍କ କାମରେ ଆସୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ପାଣି ଅଛି ହେଲେ ମେଣ୍ଟୁନି ଶୋଷ; ବାଟବଣା ବସୁଧା ଯୋଜନା
ବାଟବଣା ବସୁଧା ଯୋଜନା । ପାଣି ଟାଙ୍କି ଥାଇ ବି ମେଣ୍ଟୁନି ଶୋଷ । ନିଆଳି ଗୋବିନ୍ଦରାମପାଟଣାରୁ ଆସିଲା ବସୁଧା ଯୋଜନାର ବିକଳ ଚିତ୍ର ।