କନକ ବ୍ୟୁରୋ : ହିନ୍ଦୁ ଧର୍ମ ସହିତ ଜଡିତ ଶାସ୍ତ୍ର ଆମ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଶାସ୍ତ୍ର କହୁଛି ଏହି ତିନି ଜୀବ ଯଦି ଘରକୁ ଆସୁଛନ୍ତି ଆଉ ତାଙ୍କୁ ଆପଣ ଖାଇବାକୁ ଦଉଛନ୍ତି ତେବେ ବହୁତ ଶୁଭ ମନେକରାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଭୋକିଲା ଗାଈ ଆପଣଙ୍କ ଘରର ଦ୍ବାରରେ ଠିଆ ହୋଇଛି ତାକୁ ଖାଇବାକୁ ଦିଅନ୍ତୁ । ଶାସ୍ତ୍ର ଅନୁସାରେ ଗୋ ସେବା କରିବା ୩୩ କୋଟି ଦେବାଦେବିଙ୍କ ପୂଜା ସହ ସମାନ ହୋଇଥାଏ । ଏପରି କରିବା ଦ୍ବାରା ଅର୍ଥର ସମସ୍ୟା ରହିନଥାଏ । ଏହି କାରଣରୁ କିଛି ଘର ମାନଙ୍କରେ ରୁଟି ପ୍ରସ୍ତୁତ କରିବା ସମୟରେ ପ୍ରଥମ ରୁଟିଟି ଗାଈର ନାମରେ ରଖିଦେଇଥାନ୍ତି ତାକୁ ଖାଇବାକୁ ଦେବା ପାଇଁ ।
ସେହିପରି ଜ୍ୟୋତିସ ଶାସ୍ତ୍ରକୁ ଯଦି ମାନିବା ତେବେ ସୋମବାର ଦିନ ଗାଈକୁ ରୁଟି ଆଉ ଗୁଡ ଖୁଆଇବା କଥା । ଏହା କରିବା ଦ୍ବାରା ଚନ୍ଦ୍ରମା ସମ୍ବନ୍ଧିତ ଦୋଷ ଶେଷ ହୋଇଯାଇଥାଏ । ଯଦି ଆପଣଙ୍କ ଘରକୁ ଭୋକିଲା ମାଙ୍କଡ ଆସୁଛି ତେବେ ତାକୁ ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ବାରା ଘରକୁ ଶୁଖ,ଶାନ୍ତି ଆସିଥାଏ । ମଙ୍ଗଳବାଳ ଦିନ ମାଙ୍କଡକୁ ଗୁଡ ଏବଂ ଚଣା ନିଶ୍ଚିତ ଖୁଆନ୍ତୁ । ହନୁମାନଙ୍କ କୃପା ଆପଣଙ୍କ ଉପରେ ହେବ ଏବଂ ବାଧାବିଘ୍ନ ଦୂର ହୋଇଯିବ। ଏଥିସହିତ ମଙ୍ଗଳ ଗ୍ରହ ମଜବୁତ ରହିବ । ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ କଳା ଜନ୍ଦା ଆସିଲେଶୁଭ ହୋଇଥାଏ । ଏମାନଙ୍କୁ ଅଟା ଖୁଆଇବାକୁ କେବେ ଭୁଲନ୍ତୁ ନାହିଁ । ଯଦି ଜନ୍ଦା ନିୟମିତ ଭାବେ ଘରକୁ ଆସି ଅଟା ଖାଉଛନ୍ତି ତେବେ ମହାଲକ୍ଷ୍ମୀଙ୍କ କୃପା ବରଷି ଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଆଉ ପରିବାର ଲୋକଙ୍କୁ ସଫଳାତା ମିଳିଥାଏ।