କନକ ବ୍ୟୁରୋ : ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଜେଣ ଯୁବ ନେତାଙ୍କ ପ୍ରବେଶ ହୋଇଥିଲା । ଏହି ଯୁବକ ଜଣଙ୍କ ଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ତଥା ସ୍ୱର୍ଗତଃ ସଂଜୟ ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀ । ସେ ବିଶେଷ କରି ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ଅଟଳ ବିହାରୀ ବାଜପେୟୀଙ୍କ ଅତି ପସନ୍ଦର, କେବଳ ଏମାନେ ନୁହଁନ୍ତି ସ୍ୱର୍ଗତ ପ୍ରମୋଦ ମହାଜନ ବି ତାଙ୍କୁ ବହୁତ ପସନ୍ଦ କରୁଥିଲେ । ସେତେବେଳେ ପ୍ରମୋଦ ମହାଜନ କହିଥିଲେ କି ଏହି ଯୁବକ ରାହୁଲ ଗାନ୍ଧୀଙ୍କ ଠାରୁ ବଡ଼ ନେତା ହୋଇପାରେ । ହଁ ପାଠକ  ବନ୍ଧୁ ଆମେ କହୁଛୁ ବରୁଣ ଗାନ୍ଧୀଙ୍କ କଥା । ସେହି ବରୁଣ ଗାନ୍ଧୀ ଯିଏ କି ଦିନେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ହେଲେ ଆଜି ସମୟ ବଦଳି ଯାଇଛି ଓ ବରୁଣ ସମ୍ପୂର୍ଣ୍ଣ ଭାବେ ରାଜନୀତିରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି ।

Advertisment

୨୦୨୪ ନିର୍ବାଚନରେ ବିଜେପି ବରୁଣଙ୍କ ସଂରକ୍ଷିତ ଆସନ ପିଲିଭିତରୁ ବରୁଣଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଥିଲେ । ଟିକେଟ୍ କଟିବା ପରେ ବରୁଣ ଗାନ୍ଧୀ ରାଜନୀତିରୁ ଏକ ପ୍ରକାର ଦୂରେଇ ଗଲେ । ୨୦୨୪ ନିର୍ବାଚନ ପରଠାରୁ ବରୁଣ ନା ବିଜେପିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛନ୍ତି ନା ନିର୍ବାଚନ ପ୍ରଚାରରେ । କହିରଖୁ କି ୨୦୨୨ ରେ ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ବରୁଣଙ୍କ ଟିକେଟ୍ କଟାଯାଇଥିବା ଆଲୋଚନା ହେଉଛି । 

ବରୁଣ ଗାନ୍ଧୀ ୨୦୨୪ ପରେ ସମ୍ପୂର୍ଣ୍ଣ ଭାବେ ରାଜନୀତି, ବିଜେପି ଓ ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି । ହେଲେ କିଛିଦିନ ତଳେ ବରୁଣ ଗାନ୍ଧୀ କଂଗ୍ରେସରେ ମିଶୁଥିବା ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା । କେବଳ କଂଗ୍ରେସ ନୁହେଁ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭା ଯାଉଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ଏହି ଦୁଇଟି ଚର୍ଚ୍ଚା କେବଳ ମିଡିଆରେ ଖବର ହୋଇ ରହିଗଲା । ନା ବରୁଣ ଗାନ୍ଧୀ ଏହା ଉପରେ କିଛି କହିଲେ ନା ମାଆ ମେନକା ଗାନ୍ଧୀ । ଅପରେସନ ସିନ୍ଦୂର ପରେ ବରୁଣ ଗାନ୍ଧୀଙ୍କର ଏକ ଟ୍ୱିଟ୍ ଆସିଥିଲା । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । 

ବରୁଣ ଗାନ୍ଧୀଙ୍କ ରାଜନୈତିକ ଯାତ୍ରା ବିଜେପିରେ ବେଶ ଭଲ ଚାଲିଥିଲା । ୨୦୦୯ ମସିହାରେ ସେ ବିଜେପି ଟିକେଟରୁ ପ୍ରଥମ ଥର ପିଲିଭିତ ଆସନରୁ ବିଜୟୀ ହୋଇଥିଲେ । ୨୦୧୪ ମସିହାରେ ବି ବିଜେପି ଟିକେଟରୁ ସୁଲତାନପୁର ଆସନରୁ ବିଜୟୀ ହୋଇଥିଲେ । ପୁଣି ୨୦୧୯ ରେ ପିଲିଭିତ ଆସନରୁ ଜିତିଥିଲେ । ସେପଟେ ଯଦି ଗତ ୩ ବର୍ଷର ହିସାବ ଦେଖିବା ତେବେ ବରୁଣ ଗାନ୍ଧୀ କେବଳ ୧୮୫ ଥର ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ୩୨ ଟି ଟ୍ୱିଟରେ କେବଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଦରବୃଦ୍ଧି, ବେରୋଜଗାରୀ, ଜିଏସଟି, ଅଗ୍ନିବବୀର, କୃଷକ ଆନ୍ଦୋଳନ ସହିତ ଅନେକ ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ସରକାରକୁ ସମାଲୋଚନା କରିବା ପରେ ବିଜେପିରେ ତାଙ୍କର ସ୍ଥି୍ିତି ଦୁର୍ବଳ ହୋଇଛି । 

୨୦୧୬ ମସିହାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆହ୍ଲାବାଦରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରୁଣ ଗାନ୍ଧୀ ଯେଭଳି ଆଲୋଚନା କରିଥିଲେ ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପୂରା ସହର ବରୁଣ ଗାନ୍ଧୀଙ୍କ ପୋଷ୍ଟରରେ ଛାଇ ହୋଇଯାଇଥିଲା । ଏହାକୁ ଦେଖି ଅନୁମାନ କରାଯାଉଥିଲା କି ଉତ୍ତରପ୍ରଦେଶବାସୀ ବରୁଣ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହୁଛନ୍ତି । ହେଲେ ବିଜେପି ନେତାଙ୍କୁ ଏହା ହଜମ ହେଉନଥିଲା ।