କନକ ବ୍ୟୁରୋ : ନିକଟରେ ବଲିଉଡ୍ ହିରୋ ବରୁଣ ଧାବନ ମୁମ୍ବାଇ ରେଳରେ ପୁଲ ଅପ୍ସ କରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି  ।  ଏହା ପରେ ମେଟ୍ରୋ ପ୍ରଶାସନ ଏହାକୁ ନେଇ କଡା ଚେତାବନୀ ଦେଇଛି। ଏବେ ଫିଲ୍ମ ବଡର -୨ ପାଇଁ ବରୁଣ ବେଶ୍ ଖୁସିଥିବା ବେଳେ ମୁମ୍ବାଇ ରେଳରେ ସାଧାରଣ ଲୋକଙ୍କ ପରି ଟ୍ରେନରେ ଯାତ୍ରା କରିବା ସମୟରେ ଲୋକେ  ଧରିକି ଛିଡା ହେବା ପାଇଁ ହ୍ୟାଣ୍ଡେଲକୁ ବରୁଣ ଷ୍ଟଣ୍ଟ୍ ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ମେଟ୍ରୋ ଅଧିକାରୀ ବରୁଣଙ୍କୁ ଏମିତି ପଦକ୍ଷେପ ନନେବା ପାଇଁ କଡା ଚେତାବନୀ ଦେଇଛନ୍ତି ।

Advertisment

ନିଜେ ନିଜ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ କରି ପୋଷ୍ଟ କରିଛନ୍ତି । କ୍ୟାପ୍ସନରେ ଲେଖାଯାଇଛି ଯେ ଏହି ଭିଡିଓରେ ନିଜର ଆକ୍ସନ ଫିଲ୍ମ ଭଳି ଡିସକ୍ଲେମର୍ ଜାରି କରିବା କଥା । ହେଲେ କରିନାହାଁନ୍ତି । ବରୁଣ ଧାବନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଏଭଳି ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ । ଆମେ ଜାଣିଛୁ ଯେ ସାଙ୍ଗସାଥୀମାନଙ୍କ ସହ ମେଟ୍ରୋରେ ବୁଲିବା ମଜା ଲାଗେ। ହେଲେ ଏହି ହ୍ୟାଣ୍ଡେଲ୍ ଷ୍ଟଣ୍ଟ ଦେଖେଇବା ପାଇଁ ତିଆରି ହୋଇନାହିଁ ବରଂ ଏହା ଲୋକଙ୍କ ଯିବା ଆସିବା ପାଇଁ ତିଆରି ହୋଇଛି। ଦୟାକରି ଏଭଳି ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ ।

ଅଧିକ ପଢନ୍ତୁ : ପୁଣି ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର : ୧୦ଗ୍ରାମ ସୁନା ଦର ଟପିଲା ଲକ୍ଷେ ୬୦ ହଜାର

କାରଣ ଏଭଳି ପଦକ୍ଷେପ ନେବା ଦ୍ବାରା ଜେଲଦଣ୍ଡ ମଧ୍ୟ ଭୋଗିବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ମେଟ୍ରୋ ପ୍ରଶାସନ। ଏଭଳି ପଦକ୍ଷେପ ଏକ ଦଣ୍ଡନୀୟ ଅପରାଧ ଅଟେ। ସେଥିପାଇଁ ମେଟ୍ରୋରେ ଯାତ୍ରା କରନ୍ତୁ। ହେଲେ ଯାତ୍ରୀମାନେ ଯେଉଁପରି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି ସେଭଳି ଯାତ୍ରା କରନ୍ତୁ। ଏଭଳି ନକଲେ ଆଗକୁ ବଡ ଅସୁବିଧାର ସମ୍ମୁଖୀନର ହୋଇପାରେ ବୋଲି ତୀବ୍ର ନିନ୍ଦା କରିବା ସହ କଡା ଚେତାବନୀ ଦେଇଛନ୍ତି ।  ମେଟ୍ରୋ କର୍ମଚାରୀଙ୍କ ଏଭଳି ପୋଷ୍ଟକୁ ଦେଖି ସୋସିଆଲ୍ ମିଡିଆ ୟୁଜରମାନେ ମେଟ୍ରୋ କର୍ମଚାରୀଙ୍କୁ ଢେର ପ୍ରଶଂସା କରିଛନ୍ତି। କିଛି ୟୁଜର୍ କମେଣ୍ଟରେ ଲେଖିଛନ୍ତି ଯେ ବରୁଣ ଧାବନ ଜଣେ ଅଭିନେତା ହୋଇ ମଧ୍ୟ ତାଙ୍କୁ ମେଟ୍ରୋ କର୍ମଚାରୀ ଛାଡି ନାହଁନ୍ତି। ତାଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି ।

କର୍ମଚାରୀଙ୍କ ଏଭଳି ସଚ୍ଚୋଟ ଭାବ ପାଇଁ ଅଧିକାଂଶ ୟୁଜର ମେଟ୍ରୋ କର୍ମଚାରୀଙ୍କୁ ବେଶ୍ ପ୍ରଂଶସା କରିଛନ୍ତି। ଦ୍ବିତୀୟରେ ବରୁଣ ଧାବନଙ୍କ ହାଇଡ୍ରାମା ଫିଲ୍ମ ବର୍ଡର -୨  ଜାନୁଆରୀ ୨୩ ରେ ରିଲିଜ୍ ହୋଇଯାଇଛି । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଛି । ଯାହାକୁ ନେଇ ବରୁଣ ଧାବନ କାଫି ଖୁସି ଥିବା ନଜର ଆସିଛନ୍ତି । ୧୪୦ କୋଟିରୁ ଅଧିକ ଟଙ୍କା ଅତିକ୍ରମ କରିସାରିଲାଣି ବୋଲି ସୂଚନା ରହିଛି । ଏହି ଫିଲ୍ମରେ ବରୁଣ ଧାବନଙ୍କ ସହ ସନି ଦେଓ୍ବାଲ, ଅହାନ୍ ସେଠୀ ମଧ୍ୟ ନଜର ଆସୁଛନ୍ତି। ଏହା ସହିତ ମୋନା ସିଂହ, ସେ୍ାନମ୍ ବାଜଓ୍ବା , ଅନ୍ୟା ସିଂହ ଏବଂ ସେଧା ରାଣୀ ମଧ୍ୟ ଏହି ଫିଲ୍ମରେ ସକ୍ରିୟ ଭୂମିକାରେ ଅଭିନୟ କରିଥିବା ଜଣାପଡିଛି ।