ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା; ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ।  ବିଭିନ୍ନ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ ଡାକରା ।  ଜଙ୍ଗଲରୁ କଙ୍କାଳ ମିଳିବା ପରେ ସାମ୍ନାକୁ ଆସିଥିଲା ଘଟଣା ।  ୪ ଗିରଫ।

Kandhamal

Kandhamal Photograph: (KanakNews)

କନକ ବ୍ୟୁରୋ : କନ୍ଧମାଳ ଗାଜଲବାଡ଼ି ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଜିଲ୍ଲାରେ ଜନ ଅସନ୍ତୋଷ ଉଗ୍ର ରୂପ ନେଇଛି। । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ ଡାକରା । ବଣିକ ସଂଘ, ଅଟୋ ସଂଘ, ଟ୍ରାକ୍ଟର ଚାଳକ ସଂଘ ଏବଂ ଅନ୍ୟାନ୍ୟ କିଛି ସଂଘ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ନାବାଳିକାକୁ ଅପହରଣ, ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅପହରଣରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି । 

ଫେବ୍ରୁଆରୀ ୨୭ ତାରିଖ ଦିନ ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ଝିଅକୁ ନପାଇବା ପରେ ମାର୍ଚ୍ଚ ୩ ତାରିଖ ଦିନ ଟିକାବାଲି ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ରବିବାର ସୋରଡ଼ା ଥାନା ପୋଲିସ ଗାଜଲବାଡ଼ି ଜଙ୍ଗଲରୁ ନାବାଳିକାର କଙ୍କାଳ ଠାବ କରିବା ସହ ଟିକାବାଲି ପୋଲିସକୁ ଖବର ଦେଇଥିଲା । ଟିକାବାଲି ପୋଲିସ କଙ୍କାଳ ଜବତ କରି ତଦନ୍ତ କରିବା ପରେ ସାମ୍ନାକୁ ଆସିଥିଲା ଘଟଣା । ପୋଲିସ ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକକୁ ଗିରଫ କରିବା ସହ ତାର ସହଯୋଗୀ ସଞ୍ଜୀବ ସାହୁ, ଚନ୍ଦନ ସେଠୀ ଏବଂ କାର ଡ୍ରାଇଭର ଦୀପକ ସାହୁକୁ ଗିରଫ କରିଛି । ଏହାକୁ ନେଇ  ପୂରା ଜିଲ୍ଲାରେ ଘୋର ଅସନ୍ତୋଷ ଦେଖାଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe