ଲଗାଣ ବର୍ଷାରେ ଜଳମଗ୍ନ କୋରାପୁଟର ବିଭିନ୍ନ ଅଞ୍ଚଳ,ବିରି ନଦୀ ଓ କୋଲାବ ନଦୀରେ ବନ୍ୟା । ବିଭିନ୍ନ ଗାଁରେ ପଶିଲା ପାଣି

Advertisment

ଲଗାଣ ବର୍ଷାରେ ଜଳମଗ୍ନ କୋରାପୁଟର ଅନେକ ଅଞ୍ଚଳ। ଗତ କାଲି ରାତିରୁ ବର୍ଷା ଜାରି ରହିବା ଫଳରେ ଜିଲ୍ଲାର ଅନେକ ସ୍ଥାନ ଏବେ ପାଣି ଘେରରେ ରହିଛି

ଲଗାଣ ବର୍ଷାରେ ଜଳମଗ୍ନ କୋରାପୁଟର ଅନେକ ଅଞ୍ଚଳ। ଗତ କାଲି ରାତିରୁ ବର୍ଷା ଜାରି ରହିବା ଫଳରେ ଜିଲ୍ଲାର ଅନେକ ସ୍ଥାନ ଏବେ ପାଣି ଘେରରେ ରହିଛି

kpt

କନକବ୍ୟୁରୋ: ଲଗାଣ ବର୍ଷାରେ ଜଳମଗ୍ନ କୋରାପୁଟର ଅନେକ ଅଞ୍ଚଳ। ଗତ କାଲି ରାତିରୁ ବର୍ଷା ଜାରି ରହିବା ଫଳରେ ଜିଲ୍ଲାର ଅନେକ ସ୍ଥାନ ଏବେ ପାଣି ଘେରରେ ରହିଛି । ବିଶେଷକରି କୁନ୍ଦୁରା ବ୍ଳକର ଅନେକ ଗାଁ ଏବେ ବାହ୍ୟା ଜଗତରୁ ବିଛିନ୍ନ ହୋଇଛି। ଚାଷଜମିରେ ବର୍ଷା ଜଳ ଲହଡି ମାରୁଛି , ଦିଗାପୁର ଗାଁ ନିକଟସ୍ଥ ବିରି ନଦୀ ଓ କୋଲାବ ନଦୀରେ ପ୍ରବଳ ବର୍ଷା ଜଳ ଆସିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । 

ଫଳରେ ଏହି ଗାଁରୁ ଜୟପୁର ଓ କୁନ୍ଦୁରା ବ୍ଳକକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସ୍ଥାନୀୟ ଲୋକ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି , କିଛି ଗାଁ ଭିତରକୁ ମଧ୍ୟ ବର୍ଷା ପାଣି ପ୍ରବେଶ କରିଛି। ଜିଲ୍ଲାରେ ହାରାହାରି ୩୯.୮୮ ମିଲିମିଟର ବର୍ଷା ହୋଇଥିବା ବେଳେ ମୋଟ ୫୫୮.୩ ମିଲିମିଟର ବର୍ଷା ହୋଇଛି । ବୈପାରୀଗୁଡା ବ୍ଳକରେ ସର୍ବାଧିକ ୧୭୦ ମିଲିମିଟର ବର୍ଷା ହୋଇଥିବା ବେଳେ କୁନ୍ଦୁରା ବ୍ଳକରେ ୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe