କନକବ୍ୟୁରୋ: ଲଗାଣ ବର୍ଷାରେ ଜଳମଗ୍ନ କୋରାପୁଟର ଅନେକ ଅଞ୍ଚଳ। ଗତ କାଲି ରାତିରୁ ବର୍ଷା ଜାରି ରହିବା ଫଳରେ ଜିଲ୍ଲାର ଅନେକ ସ୍ଥାନ ଏବେ ପାଣି ଘେରରେ ରହିଛି । ବିଶେଷକରି କୁନ୍ଦୁରା ବ୍ଳକର ଅନେକ ଗାଁ ଏବେ ବାହ୍ୟା ଜଗତରୁ ବିଛିନ୍ନ ହୋଇଛି। ଚାଷଜମିରେ ବର୍ଷା ଜଳ ଲହଡି ମାରୁଛି , ଦିଗାପୁର ଗାଁ ନିକଟସ୍ଥ ବିରି ନଦୀ ଓ କୋଲାବ ନଦୀରେ ପ୍ରବଳ ବର୍ଷା ଜଳ ଆସିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । 

Advertisment

ଫଳରେ ଏହି ଗାଁରୁ ଜୟପୁର ଓ କୁନ୍ଦୁରା ବ୍ଳକକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସ୍ଥାନୀୟ ଲୋକ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି , କିଛି ଗାଁ ଭିତରକୁ ମଧ୍ୟ ବର୍ଷା ପାଣି ପ୍ରବେଶ କରିଛି। ଜିଲ୍ଲାରେ ହାରାହାରି ୩୯.୮୮ ମିଲିମିଟର ବର୍ଷା ହୋଇଥିବା ବେଳେ ମୋଟ ୫୫୮.୩ ମିଲିମିଟର ବର୍ଷା ହୋଇଛି । ବୈପାରୀଗୁଡା ବ୍ଳକରେ ସର୍ବାଧିକ ୧୭୦ ମିଲିମିଟର ବର୍ଷା ହୋଇଥିବା ବେଳେ କୁନ୍ଦୁରା ବ୍ଳକରେ ୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।