ରଙ୍ଗୀନ ଆଲୋକରେ ରଙ୍ଗେଇ ହେଇଛି ରାଜଧାନୀ: ରଙ୍ଗବେରଙ୍ଗର ଚାନ୍ଦୁଆ ଲାଇଟ୍ ସାଙ୍ଗକୁ ଏକାମ୍ର ଓ ଆଦିବାସୀ ମେଳା ଲୋକଙ୍କୁ କରୁଛି ଆକୃଷ୍ଟ

Advertisment

ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜଧାନୀ। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ନବବଧୂ ପରି ସଜ୍ଜାଯାଇଛି। ଓଡ଼ିଆ ଅସ୍ମିତା ଥିମ୍‌ରେ ସହରରେ ଆକର୍ଷଣୀୟ ଆଲୋକମାଳା ଲୋକଙ୍କୁ ଆକୃଷ୍ଟ କରୁଛି। ଯିଏ ଦେଖୁଛି ତା ମୁହଁରୁ ବାହାରିପଡ଼ୁଛି, ବାଃ କି ସୁନ୍ଦର ଦିଶୁଛି ଭୁବନେଶ୍ୱର। 

ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜଧାନୀ। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ନବବଧୂ ପରି ସଜ୍ଜାଯାଇଛି। ଓଡ଼ିଆ ଅସ୍ମିତା ଥିମ୍‌ରେ ସହରରେ ଆକର୍ଷଣୀୟ ଆଲୋକମାଳା ଲୋକଙ୍କୁ ଆକୃଷ୍ଟ କରୁଛି। ଯିଏ ଦେଖୁଛି ତା ମୁହଁରୁ ବାହାରିପଡ଼ୁଛି, ବାଃ କି ସୁନ୍ଦର ଦିଶୁଛି ଭୁବନେଶ୍ୱର। 

sc

cs Photograph: (kanak news)

କନକ ବ୍ୟୁରୋ: ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜଧାନୀ। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ନବବଧୂ ପରି ସଜ୍ଜାଯାଇଛି। ଓଡ଼ିଆ ଅସ୍ମିତା ଥିମ୍‌ରେ ସହରରେ ଆକର୍ଷଣୀୟ ଆଲୋକମାଳା ଲୋକଙ୍କୁ ଆକୃଷ୍ଟ କରୁଛି। ଯିଏ ଦେଖୁଛି ତା ମୁହଁରୁ ବାହାରିପଡ଼ୁଛି, ବାଃ କି ସୁନ୍ଦର ଦିଶୁଛି ଭୁବନେଶ୍ୱର। 

ଭୁବନେଶ୍ୱରର ବିଭିନ୍ନ ଛକରେ ଝଲସୁଛି ରଙ୍ଗବେରଙ୍ଗର ଆଲୋକ। ଚାନ୍ଦୁଆରେ ବିଭିନ୍ନ ଲାଇଟ୍‌ ଖଞ୍ଜାଯାଇ ଆକର୍ଷଣୀୟ ରୂପ ଦିଆଯାଇଛି। ଠିକ୍‌ ଗୋଟିଏ ନୂଆ ବୋହୂପରି ଦିଶୁଛି ଭୁବନେଶ୍ୱର। ଖାସ୍‌ ଏଇ ଆଲୋକମାଳାକୁ ଦେଖିବାକୁ ଲୋକମାନେ ଆସୁଛନ୍ତି। କିଏ ସେଲ୍‌ଫି ନେଉଛି ତ କିଏ ସାଙ୍ଗସାଥୀ, ପରିବାର ସହ ଏଠି ଫଟୋ ଉଠାଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଆକୃଷ୍ଟ କରୁଛି ଆଲୋକମାଳା। 

ଗୋଟିଏ ପଟେ ଆକର୍ଷଣୀୟ ଆଲୋକମାଳା, ଆଉ ଗୋଟିଏ ପଟେ ରାଜଧାନୀରେ ଚାଲିଛି ମହୋତ୍ସବ। ସନ୍ଧ୍ୟା ହେଲେ ଭୁବନେଶ୍ୱରରେ ପ୍ରବଳ ଭିଡ଼। ସାଂସ୍କୃତିକ କାର୍ୟ୍ୟକ୍ରମ ସାଙ୍ଗକୁ ଓଡ଼ିଆ ଖାଦ୍ୟର ମଜା ନେଉଛନ୍ତି ଲୋକ। ସେପଟେ ଏତେ ସୁନ୍ଦର ବ୍ୟବସ୍ଥା ପାଇଁ ବିଏମ୍‌ସି ଓ ବିଡିଏକୁ ପ୍ରଶଂସା କରିବା ସହ ପ୍ରବାସୀ ଭାରତୀୟ ମାନେ ଆସିଲେ ଏସବୁ ତାଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। 

ପ୍ରବାସୀଙ୍କୁ ସ୍ୱାଗତ କରିବାକୁ ପୁରା ପ୍ରସ୍ତୁତ ରାଜଧାନୀ। କାନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର ସାଙ୍ଗକୁ ରାତିରେ ରଙ୍ଗୀନ ଆଲୋକ ମାଳା ରାଜଧାନୀକୁ ରଙ୍ଗୀନ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe