ବନ୍ଦେ ମାତରମ୍ ୬୫ ସେକେଣ୍ଡ ବଦଳରେ ୩ ମିନିଟ୍ ୧୦ ସେକେଣ୍ଡର ହେବ

Advertisment

ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂରଣ ଅବସରରେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି ।

ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂରଣ ଅବସରରେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି ।

11bbs_9_11022026_111

Photograph: (kanaknews)

କନକବ୍ୟୁରୋ : ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂରଣ ଅବସରରେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି ।  ଭାରତ ସରକାର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ ପ୍ରତି ସମ୍ମାନ ଓ ଏହାର ପହଞ୍ଚ ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।  କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ୍‌ର ଏକ ବିସ୍ତାରିତ ସଂସ୍କରଣ ଏବେ ସରକାରୀ କାର୍ଯ୍ୟକ୍ରମ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅଭିଭାଷଣ ତଥା ପତାକା ଉତ୍ତୋଳନ ଉତ୍ସବରେ ଗାନ କରାଯିବ ।

ଅଧିକ ପଢନ୍ତୁ... ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ତଥ୍ୟ ପତ୍ରରେ ସଂଶୋଧନ କଲା ହ୍ୱାଇଟ୍ ହାଉସ୍

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପର୍ଯ୍ୟନ୍ତ ବନ୍ଦେ ମାତରମ୍ ଗାନ ପାଇଁ କୌଣସି ସରକାରୀ ପ୍ରୋଟୋକଲ୍ ନଥିଲା । ତେବେ ଜନ ଗଣ ମନର ଗାନ ଓ ସମୟ ସମ୍ପର୍କରେ ସ୍ପଷ୍ଟ ନିୟମ ଥିଲା ।  ବନ୍ଦେ ମାତରମ୍‌ର ବିସ୍ତାରିତ, ଛଅ-ସପଦ ସଂସ୍କରଣ ଏପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଗାନ କରାଯାଉ ନଥିଲା ।  କିନ୍ତୁ ଏହାକୁ ଏବେ ବାଧ୍ୟତାମୂଳକ କରାଯାଇଛି ।
ଗୃହ ମନ୍ତ୍ରଣାଳୟର ୧୦ ପୃଷ୍ଠାର ଏକ ଆଦେଶ ଅନୁଯାୟୀ , ବନ୍ଦେ ମାତରମ୍ ଛଅ ପଦ ବିଶିଷ୍ଟ ସଂସ୍କରଣକୁ ଏବେ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦିଆଯିବ । ଏହାର ମୋଟ ଅବଧି ୩ ମିନିଟ୍ ୧୦ ସେକେଣ୍ଡ ସ୍ଥିର କରାଯାଇଛି ।

ଏପର୍ଯ୍ୟନ୍ତ, କେବଳ ୬୫ ସେକେଣ୍ଡର ପ୍ରଥମ ଦୁଇଟି ପଦକୁ ଜାତୀୟ ସଙ୍ଗୀତ ଭାବରେ ଗାନ କରାଯାଉଥିଲା। ନୂତନ ନିୟମ ଅନୁଯାୟୀ, ଯଦି କୌଣସି କାର୍ଯ୍ୟକ୍ରମରେ ଜନ ଗଣ ମନ (ଜାତୀୟ ସଙ୍ଗୀତ) ଓ ବନ୍ଦେ ମାତରମ୍ ଉଭୟ ଗାନ କରାଯାଏ, ତେବେ ପ୍ରଥମେ ବନ୍ଦେ ମାତରମ୍ ଗାନ ହେବ। ଏହା ସହିତ, ଗାନ କିମ୍ବା ବାଜାଇବା ସମୟରେ ଠିଆ ହେବା ବାଧ୍ୟତାମୂଳକ ହେବ ।

ଜାରି ହୋଇଥିବା ନୂତନ ଆଦେଶ ଅନୁଯାୟୀ, ଜାତୀୟ ସଙ୍ଗୀତର ସରକାରୀ ସଂସ୍କରଣ, କେଉଁ ଅବସରରେ ଏହାକୁ ବଜାଇବା କିମ୍ବା ଗାଇବା ଉଚିତ । ଏହି କାର୍ଯ୍ୟକ୍ରମଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।  ପ୍ରଥମତଃ, କେଉଁ ଅବସରରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ ଭାବରେ ଗାନହେବ । ଦ୍ୱିତୀୟତଃ, କେଉଁ ଅବସରରେ ଏହାକୁ ବଜାଇବା କିମ୍ବା ଗାନ କରି ହେବ, ତୃତୀୟତଃ, କେଉଁ ଅବସରରେ ଏହାକୁ ଗାନ କିମ୍ବା ବଜାଇ ଯାଇପାରେ।  ।

କେଉଁ ଅବସରରେ ଜାତୀୟ ଗୀତ ଗାନ ହେବ
ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଅବସରଗୁଡ଼ିକର ତାଲିକା ସ୍ପଷ୍ଟ କରାଯାଇଛି ଯେଉଁଠାରେ ଏହାକୁ ଗାନ କରିବା କିମ୍ବା ବଜାଇବା ବାଧ୍ୟତାମୂଳକ ହେବ।
• ଜାତୀୟ ପତାକା (ତ୍ରିରଙ୍ଗା) ଉତ୍ତୋଳନ କରିବା ସମୟରେ।
• ଯେକୌଣସି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଆଗମନ ସମୟରେ, ତାଙ୍କ ଭାଷଣ ଓ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପୂର୍ବରୁ ଓ ପରେ।
• ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଆଗମନ ସମୟରେ ଓ ସେମାନଙ୍କର ସରକାରୀ ଭାଷଣ ସମୟରେ।
• ସରକାରଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସମାରୋହ ଓ ସ୍ୱତନ୍ତ୍ର ରାଜ୍ୟ କାର୍ଯ୍ୟକ୍ରମରେ।
• ସ୍କୁଲ ସଭାଗୁଡ଼ିକରେ ସାମୂହିକ ଭାବରେ ଜାତୀୟ ସଙ୍ଗୀତ ସ ଜାତୀୟ ଗୀତ ଗାନକୁ ଉତ୍ସାହିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଶିଷ୍ଟାଚାର ଓ ଗରିମା ନିୟମ କ’ଣ ହେବ
ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, ଜାତୀୟ ଗୀତ ବାଜିବା ସମୟରେ ଉପଯୁକ୍ତ ଗରିମ ଓ ଶିଷ୍ଟାଚାର ପାଳନ କରାଯିବା ଆବଶ୍ୟକ। କିନ୍ତୁ, ଯଦି ଏହି ଗୀତ ଏକ ନ୍ୟୁଜ୍ ଫିଲ୍ମ କିମ୍ବା ଡକ୍ୟୁମେଣ୍ଟାରୀର ଅଂଶ, ତେବେ ଦର୍ଶକଙ୍କୁ ଠିଆ ହେବା ଆବଶ୍ୟକତା ନାହିଁ। କାରଣ ଏହା ପ୍ରଦର୍ଶନକୁ ବାଧା ଦେଇପାରେ ।

ବନ୍ଦେ ମାତରମ୍ ଆରମ୍ଭ କରିବା ପୂର୍ବରୁ ଡ୍ରମ୍ ରୋଲ୍
ନୂତନ ବ୍ୟବସ୍ଥା ଅନୁଯାୟୀ, ଯେତେବେଳେ ଏକ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବଜାଯିବ, ସେତେବେଳେ ଏକ ଡ୍ରମ୍ ରୋଲ୍ ଦର୍ଶକଙ୍କୁ ସଚେତନ କରାଇବ। ଜାତୀୟ ଗୀତ ଗାନ ଆରମ୍ଭ ହେବା ପୂର୍ବରୁ ସାତ ପାହୁଣ୍ଡ ପର୍ଯ୍ୟନ୍ତ ବ୍ୟାଣ୍ଡ ଡ୍ରମ୍ ବଜାଇ ଦର୍ଶକଙ୍କୁ ସଚେତନ କରାଯିବ ଯେ, ଜାତୀୟ ଗୀତ ଆରମ୍ଭ ହେବାକୁ ଯାଉଛି।

ସ୍କୁଲରେ ବନ୍ଦେ ମାତରମ୍ ଗାନ ପାଇଁ ପରାମର୍ଶ
ଆଦେଶରେ ଆହୁରି କୁହାଯାଇଛି ଯେ, ସମସ୍ତ ସ୍କୁଲ ଜାତୀୟ ଗୀତର ସାମୂହିକ ଗାନ ସହିତ ଦିନର ଆରମ୍ଭ କରିପାରିବେ ।  ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ଲୋକପ୍ରିୟ କରିବା ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ପତାକା ପ୍ରତି ସମ୍ମାନ ସୃଷ୍ଟି କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଉଚିତ

ଐତିହାସିକ ପ୍ରସଙ୍ଗ ଓ ରାଜନୈତିକ ପୃଷ୍ଠଭୂମି
୧୮୭୦ ଦଶକରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତକୁ ୧୯୫୦ ମସିହାରେ ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଯୁକ୍ତି ଦର୍ଶାଇଥିଲେ ଯେ, କଂଗ୍ରେସ ଗୀତରୁ ମୁଖ୍ୟ ପଦଗୁଡ଼ିକୁ ହଟାଇ ଗୀତକୁ ବିଭାଜିତ କରିଥିଲା ।  ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ ସରକାରଙ୍କ ଏହି ନୂତନ ପଦକ୍ଷେପ ଆସିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତି ଦେଇଥିଲେ ଯେ ମୂଳ ଗୀତର ଏହି ପରିବର୍ତ୍ତନ ରଚନାର ମୂଳ ଉଦ୍ଦେଶ୍ୟକୁ କ୍ଷୁର୍ଣ୍ଣ କରିଛି ।  ବର୍ତ୍ତମାନ ଗୃହ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶକୁ ଜାତୀୟ ସଙ୍ଗୀତକୁ ପୂର୍ଣ୍ଣ ରୂପରେ ଲୋକପ୍ରିୟ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe