କନକ ବ୍ୟୁରୋ: ମାଲକାନଗିରି ବାୟାପଡ଼ା ଘାଟିରେ ଓଲଟିଲା ଭ୍ୟାନ୍ । ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଗାଡ଼ି ।
କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସିବାବେଳେ ଓଲଟିପଡିବାରୁ ଯାତ୍ରୀ ଆହତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରି କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଂଚି ଲୋକଙ୍କୁ ଉଦ୍ଧାର କରିଛି । ଗାଡ଼ିରେ ୨୫ ଜଣ ଥିବା ବେଳେ ୧୫ ଜଣ ଅହତ ହୋଇଛନ୍ତି ।