କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ପାଳିତ ହେବ ବାମନ ଜନ୍ମନୀତି । ସ୍ୱତନ୍ତ୍ର ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ଯାଏଁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯୋଜନା କରିଥିବା ଭକ୍ତମାନେ ଏହି ସୂଚନା ଆଧାରରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ବାମନ ଜନ୍ମ ନୀତି ଏକ ସ୍ୱତନ୍ତ୍ର ତଥା ଦୀର୍ଘ ସମୟର ନୀତି ହୋଇଥିବାରୁ ସାଧାରଣ ଦର୍ଶନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମଧ୍ୟାହ୍ନ ଧୂପ ଛେକ ଆସିବା ପରଠୁ ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଦ୍ୱାର ଫିଟିବା ପରେ ପରେ ଭକ୍ତମାନେ ଯେମିତି ପୂର୍ବରୁ ଦର୍ଶନ କରୁଥିଲେ ସେମିତି କରିପାରିବେ ବୋଲି ସୂଚନା ଦିଆଯାଇଛି ।