କନକ ବ୍ୟୁରୋ: ରାଜଧାନୀରେ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର ୨୭ ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି । ଯେଉଁଥିପାଇଁ ୧୬ ଗୋଟି ଜବର ଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ତାହା ଏବେବି ହାଇକୋର୍ଟରେ ବିଚାରାଧୀନ ରହିଛି । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଚନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣପ୍ରସାଦ ମହାପାତ୍ର ।
ସେହିପରି ଗାଡ଼କଣରେ ୨ ଏକର ଜମି ଜବରଦଖଲ କାରୀଙ୍କ କବଜାରେ ଥିବାବେଳେ ଚନ୍ଦ୍ରଶେଖର ପୁରରେ ଦେଢ଼ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଏସବୁକୁ କବଜାକାରୀଙ୍କ କବଳରୁ ମୁକୁଳାଇବାକୁ ନୂଆ ସରକାର ଯଥାସାଧ୍ୟ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/E6Elkjg8f5EEMeVkcN7J.jpg)