କନକ ବ୍ୟୁରୋ :  ଭାରତର ଭୂସ୍ବର୍ଗ ଜାମ୍ମୁ-କାଶ୍ମୀର ବୈଷ୍ଣୋଦେବୀରେ ବନ୍ୟା ଓ ଭୂସ୍ଖଳନର ଭୟଙ୍କର ରୂପ । ବୈଷ୍ଣୋଦେବୀ ଯାତ୍ରାପଥରେ ବଡ଼ ଧରଣର ଭୂସ୍ଖଳନ ଘଟି ଏଯାଏଁ ୩୬ ଜଣ ଭକ୍ତ ପ୍ରାଣ ହରାଇଛନ୍ତି। ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ଭାରତୀୟ ସେନା । ଏପର୍ଯ୍ୟନ୍ତ  ଜମ୍ମୁ ଡିଭିଜନରୁ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ, ପୁଲିସ ଏବଂ ସେନା ସତର୍କ ଅଛନ୍ତି । ଉତ୍ତର ରେଳବାଇ ଜମ୍ମୁ ଅଭିମୁଖେ ଯାଉଥିବା ୨୨ଟି ଟ୍ରେନକୁ ବାତିଲ କରିଥିବାବେଳେ ୨୭ଟି ଟ୍ରେନକୁ ବନ୍ଦ କରିଦିଆଯାଇଛି । ଆପଣଙ୍କ ସାମ୍ନାରେ ରହିଛି ସେହି ସମୟର ଦୃଶ୍ୟ  । ବୈଷ୍ଣୋଦେବୀ ଯିବା ରାସ୍ତାରେ ଅର୍ଧକୁମାରୀରେ ଭୂସ୍ଖଳନ ହୋଇଥିଲା । ଏଠାରେ ଦବିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ବାୟୁସେନାକୁ ବି ନିୟୋଜିତ କରାଯାଇଛି । ତେବେ ଆଗକୁ ଆହୁରି ବର୍ଷା ଚେତାବନୀ ଦିଆଯାଇଥିବାରୁ  ଯାତ୍ରାକୁ ବନ୍ଦ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ବାୟୁସେନାର ସି-୧୩୦ ବିମାନ ରିଲିଫ ସାମଗ୍ରୀ ଧରି ଜାମ୍ମୁରେ ପହଞ୍ଚିଛି ।