କନକ ବ୍ୟୁରୋ: ନିଜଠୁ ୧୨ ବର୍ଷ ବଡ଼ ଅଙ୍କିତା ରାଇନାଙ୍କୁ ହରାଇ ଡବ୍ଲ୍ୟୁ୩୫ ଆଇଟିଏଫ୍ ଟ୍ରଫି ହାତେଇଛନ୍ତି ବୈଷ୍ଣବୀ ଅଦ୍କର । ଏହା ତାଙ୍କ କ୍ୟାରିୟରର ଦ୍ବିତୀୟ ବଡ଼ ଟ୍ରଫି । ରବିବାର ଦୁଇ ଭାରତୀୟ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ରେ ବୈଷ୍ଣବୀ ୭-୬, ୬-୪ ସେଟ୍ରେ ୩୩ ବର୍ଷୀୟା ଅଙ୍କିତା ରାଇନାଙ୍କୁ ପରାସ୍ତ କରିଥିଲେ । ୨ ଘଣ୍ଟା ୧୪ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ର ପ୍ରଥମ ସେଟ୍କୁ ଟାଇବ୍ରେକର୍ରେ ବୈଷ୍ଣବୀ ଜିତି ନେଇଥିଲେ । ଦ୍ବିତୀୟ ସେଟ୍ ସଂଘର୍ଷ ହୋଇଥିଲେ ମଧ୍ୟ ବୈଷ୍ଣବୀ ୬-୪ ସେଟ୍ରେ ଜିତି ଟ୍ରଫି କରାୟତ୍ତ କରିଥିଲେ । ଏହି ବିଜୟ ସହ ବିଶ୍ବର ୪୬୪ ନମ୍ବର ବୈଷ୍ଣବୀ ୩୫ ରୢାଙ୍କିଂ ପଏଣ୍ଟ କରାୟତ୍ତ କରିବା ସହ ୩୦,୦୦୦ ଡଲାର ଅର୍ଥାତ୍ ପ୍ରାୟ ୨୭.୫ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି । ଉଭୟ ବୈଷ୍ଣବୀ ଓ ଅଙ୍କିତା ଆଗାମୀ ବିଲି ଜିନ୍ କିଙ୍ଗ୍ କପ୍ ଏସିଆ-ଓସେନିଆ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ରହିଛନ୍ତି ।
ଏହା ବି ପଢ଼ନ୍ତୁ: ମହିଳା ଦିବା-ରାତ୍ର ଟେଷ୍ଟ୍: ଭାରତକୁ ହରାଇଲା ଅଷ୍ଟ୍ରେଲିଆ
Follow Us