କନକ ବ୍ୟୁରୋ : ଭି. ନାରାୟଣନ୍ ହେବେ ଇସ୍ରୋର ନୂ୍ଆ ମୁଖ୍ୟ । ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥଙ୍କ ସ୍ଥାନ ନେବେ ଭି. ନାରାୟଣନ୍ । ଆସନ୍ତା ୧୪ ତାରିଖରେ ସେ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏନେଇ ଅନୁମୋଦନ କିଛି । ଦୁଇ ବର୍ଷ ଧରି ସେ ଏହି ଦାୟିତ୍ବରେ ରହିବେ । ଭି. ନାରାୟଣନଙ୍କ ଇସ୍ରୋରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଅନେକ ପଦବୀରେ ରହି କାମ କରିଛନ୍ତି ଭି. ନାରାୟଣନ୍ । 

Advertisment

ଭି. ନାରାୟଣନ୍ ଉପଲବ୍ଧି
- ଭି. ନାରାୟଣନ୍ ୧୯୮୪ ମସିହାରେ ଇସ୍ରୋରେ ଯୋଗଦେଇଥିଲେ
- ଆରମ୍ଭର ପ୍ରଥମ ୪ ବର୍ଷ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ କାମ କରିଥିଲେ
- ଏସଏଲଭି ଓ ପିଏସଏଲଭି ଉପରେ ମଧ୍ୟ କାମ କରିଛନ୍ତି
- ୧୯୮୯ରେ ଆଇଆଇଟି ଖଡ଼ଗପୁରରୁ କ୍ରାୟୋଜେନିକ୍ ଇଞ୍ଜିନୟରିଂରେ ଏମଟେକ୍‌ କରିଥିଲେ
- ଏହା ପରେ ପୁଣି ଏଲପିଏସସିରେ କାମ ଆରମ୍ଭ କରିଥିଲେ ଭି. ନାରାୟଣନ୍
- ତାଙ୍କ ତତ୍ତ୍ବାବଧନରେ ଏଲପିଏସସି ଇସ୍ରୋର ଅଲଗା ଅଲଗା ମିଶନ ପାଇଁ ୧୮୩ ଏଲପିଏସ୍‌ ଓ କଣ୍ଟ୍ରୋଲ ପାୱାର ପ୍ଲାଣ୍ଟ ଡେଲିଭର କରାଯାଇଥିଲା
- ଜିଏସଏଲଭି ଏମକେ-୩ ବାହାନର ସି୨୫ କ୍ରାୟୋଜେନିକ୍ ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିଲେ
- ପିଏସଏଲଭିର ଦ୍ବିତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ମାଣର ତଦାରଖ କରିଥିଲେ
- ପିଏସଏଲଭି ସି୫୭ ପାଇଁ କଣ୍ଟ୍ରୋଲ ପାୱାର ପ୍ଲାଣ୍ଟ ପ୍ରସ୍ତୁତ କରିଥିଲେ
- ଆଦିତ୍ୟ ସ୍ପେସପକ୍ରାପ୍ଟ, ଜିଏସଏଲଭି ଏମକେ-୩ ମିଶନରେ ସାମିଲ ଥିଲେ
- ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ମଧ୍ୟ ସାମିଲ ଥିଲେ ଭି. ନାରାୟଣନ୍