ଆସନ ବଣ୍ଟାକୁ ନେଇ ଡିଏମକେ  - କଂଗ୍ରେସ ଭିତରେ ନୂଆମୋଡ଼ ; ୪୦ ଆସନ ଦାବି କରୁଛି କଂଗ୍ରେସ

Advertisment

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଶାସକ  ଡିଏମକେ  ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଆଲୋଚନା ନୂଆମୋଡ଼ ନେଇଛି ।  ଅତିକମରେ ୪୦ଟି ବିଧାନସଭା ଆସନ ଓ ଗୋଟିଏ ରାଜ୍ୟସଭା ଆସନ ପାଇଁ ଦାବି କରୁଛି କଂଗ୍ରେସ ।

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଶାସକ  ଡିଏମକେ  ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଆଲୋଚନା ନୂଆମୋଡ଼ ନେଇଛି ।  ଅତିକମରେ ୪୦ଟି ବିଧାନସଭା ଆସନ ଓ ଗୋଟିଏ ରାଜ୍ୟସଭା ଆସନ ପାଇଁ ଦାବି କରୁଛି କଂଗ୍ରେସ ।

SEAT ALLOCATION

କନକ ବ୍ୟୁରୋ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଶାସକ  ଡିଏମକେ  ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଆଲୋଚନା ନୂଆମୋଡ଼ ନେଇଛି ।  ଅତିକମରେ ୪୦ଟି ବିଧାନସଭା ଆସନ ଓ ଗୋଟିଏ ରାଜ୍ୟସଭା ଆସନ ପାଇଁ ଦାବି କରୁଛି କଂଗ୍ରେସ । ମାତ୍ର କଂଗ୍ରେସକୁ ଡିଏମକେ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିବାକୁ ରାଜି ଥିଲେ ମଧ୍ୟ ୨୫ରୁ ଅଧିକ ବିଧାନସଭା ଆସନ ଛାଡ଼ିବାକୁ ଚାହୁନାହିଁ । 

ଅଧିକ ପଢ଼ନ୍ତୁ : ଶାସନର ହେବ ନବକଳେବର, ମୋହନଙ୍କ ଟିମ୍‌ରେ ସ୍ଥାନ ପାଇବେ ନୂଆ ମୁହଁ !

କଂଗ୍ରେସ ଜିଦ୍‌ର କାରଣ? 
ତାମିଲନାଡୁରେ ୪୦ଟି ବିଧାନସଭା ଆସନରେ ଲଢ଼ିବାକୁ କଂଗ୍ରେସର ଜିଦ୍ ପଛରେ କାରଣ କ’ଣ? ତାମିଲନାଡୁରେ ଗୋଟିଏ ରାଜ୍ୟସଭା ଆସନ ଜିତିବାକୁ ୩୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ରାଜ୍ୟ କଂଗ୍ରେସ ନେତୃତ୍ବଙ୍କ ମତରେ ୪୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ବିତା କଲେ ୩୪- ୩୫ଟି ଆସନ ଜିତିବାର ସମ୍ଭାବନା ରହିଛି । ତାହେଲେ ଆଗାମୀ ଦିନରେ ରାଜ୍ୟସଭା  ଆସନ ଜିତିବାକୁ କାହାର ଦୟାର ପାତ୍ର ହେବାକୁ ପଡ଼ିବନାହିଁ । ତେଣୁ ଅତିକମରେ ୪୦ଟି ବିଧାନସଭା ଆସନରେ ଲଢ଼ିବା ଜିଦ୍‌ରେ କଂଗ୍ରେସ ଅଟଳ ରହିଛି ।

ଆଗାମୀ ମାର୍ଚ୍ଚ ମାସରେ ତାମିଲନାଡୁରେ ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏଥି ମଧ୍ୟରୁ ଡିଏମକେ ମେଣ୍ଟ  ୪ ଓ ଏଆଇଏଡିଏମକେ ଗୋଟିଏ ଆସନ ସହଜରେ ଜିତିପାରିବେ । ଷଷ୍ଠ ଆସନ ଜିତିବା ପାଇଁ କାହା ପାଖରେ ଉପଯୁକ୍ତ ଭୋଟ୍ ନାହିଁ। ଡିଏମକେ ମେଣ୍ଟ ସହଜରେ ଜିତିବାକୁ ଥିବା ୪ଟି ଆସନ ମଧ୍ୟରୁ  ଗୋଟିଏ ଆସନ ପାଇବାକୁ କଂଗ୍ରେସ ସର୍ତ୍ତ ରଖିଛି  । ଯାହାକୁ ଡିଏମକେ ମାନି ନେଇଥିଲେ ମଧ୍ୟ ୨୦୨୧ ନିର୍ବାଚନରେ କଂଗ୍ରେସ ପ୍ରତିଦ୍ବନ୍ଦ୍ବିତା କରିଥିବା ୨୫ଟି ବିଧାନସଭା ଆସନରୁ ଅଧିକ ଆସନ ଛାଡ଼ିବାକୁ ରାଜି ନୁହେଁ ।

କଂଗ୍ରେସକୁ ଟିଭିକେ ପ୍ରସ୍ତାବ 
ଡିଏମକେ ଉପରେ ଚାପ !  

ଲୋକପ୍ରିୟ ଅଭିନେତା ବିଜୟଙ୍କ ଟିଭିକେ, ମେଣ୍ଟ ପାଇଁ କଂଗ୍ରେସକୁ ନିମନ୍ତ୍ରଣ କରିବା ସହ ୭୦ଟି ଆସନ ଦେବା ପାଇଁ ପ୍ରସ୍ତାବ ଦେଇଛି । ଏହାକୁ ଆଳକରି ଡିଏମକେ  ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି କଂଗ୍ରେସ । ଅନ୍ୟପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଭଲ ସମ୍ପର୍କ ଦୃଷ୍ଟିରୁ କଂଗ୍ରେସକୁ ୨୫ରୁ ଅଧିକ ଦୁଇ ତିନିଟି ଆସନ ଦେଇ  ସନ୍ତୁଷ୍ଟ କରିବା ପାଇଁ ଡିଏମକେ ଲକ୍ଷ୍ୟ ରଖିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe