ଉତ୍ତରକାଶୀରେ ବାଦଲ ଫାଟିଲା ; ଚାହୁଁ ଚାହୁଁ ଜଳପ୍ରଳୟରେ ଭାସିଗଲା ଅନେକ ଘର

 ଉତ୍ତରକାଶୀରେ ପୁଣି ପ୍ରଳୟ । ଏଠିକାର ଗଙ୍ଗୋତ୍ରୀ ଓ ମୁଖୱା  ନିକଟରେ ବାଦଲ ଫଟା ବର୍ଷା ହେବାରେ ଆସିଲା ଜଳ ପ୍ରଳୟ । ଏହା ମଧ୍ୟରେ ବହିଯାଉଥିବା ବଡ଼ ନାଳିରେ ଆସିଲା ଭୀଷଣ ପାଣି । ପାଣିର ପ୍ରବାହ ଏତେ ପ୍ରଖର ଥିଲା ଯେ ଚାହୁଁଚାହୁଁ  ଭାସିଗଲା ଅନେକ ଘର ।

jala

କନକ ବ୍ୟୁରୋ: ଉତ୍ତରକାଶୀରେ ପୁଣି ପ୍ରଳୟ । ଏଠିକାର ଗଙ୍ଗୋତ୍ରୀ ଓ ମୁଖୱା  ନିକଟରେ ବାଦଲ ଫଟା ବର୍ଷା ହେବାରେ ଆସିଲା ଜଳ ପ୍ରଳୟ । ଏହା ମଧ୍ୟରେ ବହିଯାଉଥିବା ବଡ଼ ନାଳିରେ ଆସିଲା ଭୀଷଣ ପାଣି । ପାଣିର ପ୍ରବାହ ଏତେ ପ୍ରଖର ଥିଲା ଯେ ଚାହୁଁଚାହୁଁ  ଭାସିଗଲା ଅନେକ ଘର । ଘର ସହ ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା ପ୍ରକାଶ କରିଛନ୍ତି ।

ବାଦଲ ଫଟା ବର୍ଷା ପରେ ନାଳରେ ଭୟଙ୍କର ପାଣି ଆସିଥିଲା । ଏଥିରେ ପାହାଡରୁ ପଥର ମଧ୍ୟ  ଖସି ଆସିଥିଲା । ଫଳରେ ଅନେକ ଘର ଭାସିଚାଲିଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି ।ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe